Home Breaking News / ତାଜା ଖବର ବ୍ୟବସାୟୀଙ୍କ ଦୋକାନ ଭଡ଼ା, ବିଦ୍ୟୁତ ବିଲ ଛାଡିବା ଓ ଫାଇନାନ୍ସ ଋଣ ପାଇଁ ସମୟ ଦେବାକୁ ନଗର ଭାଜପା ତରଫରୁ ଏ.ଡି.ଏମ ଙ୍କୁ ଦାବିପତ୍ର ପ୍ରଦାନ

ବ୍ୟବସାୟୀଙ୍କ ଦୋକାନ ଭଡ଼ା, ବିଦ୍ୟୁତ ବିଲ ଛାଡିବା ଓ ଫାଇନାନ୍ସ ଋଣ ପାଇଁ ସମୟ ଦେବାକୁ ନଗର ଭାଜପା ତରଫରୁ ଏ.ଡି.ଏମ ଙ୍କୁ ଦାବିପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ) ଆଜିରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ରାୟଗଡ଼ା ନଗର ତରଫରୁ ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ରାୟଗଡ଼ା ର ବ୍ୟବସାୟୀ ମାନଙ୍କ ପ୍ରତି ଲକଡାଉନ ରେ ଦୋକାନ ଭଡ଼ା, ବିଦ୍ୟୁତ ବିଲ ଛାଡ଼ କରିବା ଓ ଫାଇନାନ୍ସ ସଂସ୍ଥା ଦ୍ଵାରା ଜବରଦସ୍ତ ମଗାଯାଇଥିବା ଇ.ଏମ.ଆଇ ଓ ଲୋକଙ୍କୁ ଦିଆଯାଇଥିବା ହାତଧାର ଋଣକୁ ସମୟ ଦିଆଯିବାପାଇ ଦାବି ପତ୍ର ପ୍ରଦାନ କରାଗଲା । ଆଉ ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀ ଶ୍ୟାମ କୁମାର ଦାଶ । ମହାମାରୀ ର କଟକଣା ଯୋଗୁଁ ବେପାର ବାଟ ହରାଇ ଦୁର୍ଦିନରେ କାଳ କାଟୁଥିବା ବ୍ୟବସାୟୀଙ୍କ ସମସ୍ୟାକୁ ଦୁଷ୍ଟିରେ ରଖି ଲୋକଙ୍କ ଅଭିଯୋଗକୁ ଶୁଣି ଦାବିକୁ ପୁରାଣ କରିବାକୁ ଦାବୀ କରା ଯାଇଛି। ଜିଲ୍ଲାର ସଦର ମହକୁମାର ସମସ୍ୟା ଦୂର କରିବାରେ 5 ପାଳି ଶାସନ କରିବା ରେ ବିଫଳ ହୋଇଥିବା ଶାସକ ଦଳ କୁ ପ୍ରତ୍ୟାଖାନ କରି ବିରୋଧୀ ଦଳ ତଥା ଗରିବ ଲୋକମାନଙ୍କ ସମସ୍ୟାରେ ଜଡିତ ରହୁଥିବା ସାଧାରଣ ଜନତାର ଅସ୍ଥା ଭାଜନ ହେଇଚି ବୋଲି ଶ୍ରୀ ଦାସ କହିଛନ୍ତି ଗରିବଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଲଢେଇ ଜାରି ରହିବ ବୋଲି ମତ ଦେଇଛନ୍ତି। କିଛି ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖିଥିବା ଖଳ ପ୍ରକୃତିର ଲୋକ ଏହି ଭଳି ସେବା କାମ କରୁଥିବା ଦେଖି ଜୀବନରେ ମରିଦେବା ଧମକ ଦେଇଥିଲେ, ତାକୁ ଭ୍ରୁକ୍ଷେପ ନକରି ସେବାରେ ଲାଗିରହିଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ଭାଜପା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ ସମେତ ଶ୍ରୀ ଅଜୟ କୁମାର ଚୁଲେଟ, ଶ୍ରୀମତୀ ବୁରିଡି ଲକ୍ଷ୍ମୀ, ଶ୍ରୀ ଶିବା ଭାସ୍କର, ଶ୍ରୀ ଜଗଦୀଶ ସୁନାରୀ, ଶ୍ରୀ ଏମ. ବିଦ୍ୟା ସାଗର, ଶ୍ରୀ ରାଜେଶ କୁମାର ପାଣିଗ୍ରାହୀ, ଶ୍ରୀ ଟି. ନାଗାରାଜୁ, ଶ୍ରୀ ସୁଶାନ୍ତ ମିଶ୍ର, ଶ୍ରୀ ଜୟରାମ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

related posts

1 comment

Deepak Kumar majhi June 15, 2021 - 4:35 pm

👍

Reply

Leave a Comment