Home Breaking News / ତାଜା ଖବର ସହିଦ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁକୁ ଏକବର୍ଷ ପୁର୍ତ୍ତି

ସହିଦ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁକୁ ଏକବର୍ଷ ପୁର୍ତ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ଭାରତ-ଚୀନ୍ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ଆଜି ପୁରିଛି ଏକ ବର୍ଷ। ଏଥିରେ ସହିଦ ହୋଇଥିଲେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗ୍ରାମର ସହିଦ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ରହିଥିଲେ। ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନଙ୍କ ସହିଦ ହୋଇଥିଲେ।ଏଥିରୁ ଓଡ଼ିଶାର ଦୁଇ ଜଣଙ୍କ ମଧ୍ୟରୁ ସହିଦ ଚନ୍ଦ୍ରକାନ୍ତ ପ୍ରଧାନ”୨୮” ହୋଇଥିବା ବେଳେ ଅନ୍ୟ ଜଣେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସହିଦ ନନ୍ଦୁରାମ ସୋରେନ୍ “୪୩” ସାମିଲ ଥିଲେ।ସହିଦ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁକୁ ଏକ ବର୍ଷ ପୁରଣ ନେଇ ପରିବାର ଲୋକେ ପୁଅକୁ ମନେ ପକାଉଛନ୍ତି।ସେ ନିଜ ଗାଁ ପାଇଁ ବହୁତ କିଛି ସ୍ଵପ୍ନ ଦେଖିଥିଲେ। ଏନେଇ ଆସନ୍ତା କାଲି ବୁଧବାର ଜନ୍ମ ଭୂମି ବିଅରପାଙ୍ଗାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି।

related posts

1 comment

Deepak Kumar majhi June 15, 2021 - 4:43 pm

🙏

Reply

Leave a Comment