Home Breaking News / ତାଜା ଖବର ମୁନିଗୁଡା ପୋଲିସ ଦ୍ୱାରା ବାଇକ ସହ 22 କେଜି ଗଞ୍ଜେଇ ଜବତ: ଜଣେ ଗିରଫ

ମୁନିଗୁଡା ପୋଲିସ ଦ୍ୱାରା ବାଇକ ସହ 22 କେଜି ଗଞ୍ଜେଇ ଜବତ: ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁନିଗୁଡା(ରଞ୍ଜନ ସ୍ୱାଇଁ): ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା l ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ହୁକୁମତୋଳା ଭୈରବମନ୍ଦିର ନିକଟରୁ ଏକ ବାଇକ ସହ ୨୨ କେଜି ଗଞ୍ଜେଇ ଜବତ କରିଥିବା ବେଳେ ବାଇକରେ ଆସୁଥିବା ଅନ୍ୟଜଣେ ଦୈଡି ପଳାଇଥିବା ଜଣାପଡିଛି l ଗିରଫ ଗଞ୍ଜେଇ ମାଫିଆ ଜଣକ ଗଜାକୁପୁଲି ଗା ର ଧନେଶ୍ବର ସାରକା । ଯବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଏହି ଗଞ୍ଜେଇ କୁ ଏହି ମାଫିଆ ମାନେ ଚନ୍ଦ୍ରପୁର ଥାନା ହନୁମନ୍ତପୁର ଅଞ୍ଚଳରୁ ମୁନିଗୁଡା ଆଣୁଥିବା ଜଣା ପଡିଛି ତେଣୁ ଏମାନେ କେଉଁଠି ବିକ୍ରି ପାଇଁ ଆଣୁଥିଲେ ତାହା ପୋଲିସ ତଦନ୍ତ କରୁଥିବା ବେଳେ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯିବ ।

related posts

1 comment

Deepak Kumar majhi June 15, 2021 - 4:42 pm

Good job police department 👍

Reply

Leave a Comment