Home Breaking News / ତାଜା ଖବର ସରକାରୀ ସହାୟତାରୁ ବଞ୍ଚିତ: ଚୌଦ୍ୱାରର ରବି ଦେହୁରୀ

ସରକାରୀ ସହାୟତାରୁ ବଞ୍ଚିତ: ଚୌଦ୍ୱାରର ରବି ଦେହୁରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚୌଦ୍ୱାର(ଅରୁଣ କୁମାର ନାୟକ): ଦୁଃଖ ତ ସମସ୍ତଙ୍କ ଜୀବନରେ କିଛି ନା କିଛି ଆସେ । କିନ୍ତୁ ଆଜି ଆମେ ଏମିତି ଜଣେ ମା ଙ୍କୁ ଭେଟିଛୁ ଯାହାଙ୍କର ଦୁଃଖ ଅସରନ୍ତି । କେନ୍ଦ୍ରସରକାର ତଥା ରାଜ୍ୟ ସରକାର ଙ୍କ ଗୋଟେ ମାଆ ପାଇଁ ଅନେକ ମାଳ ମାଳ ଯୋଜନା ଅଛି କିନ୍ତୁ ଏସବୁ ଯୋଜନା ଠୁ ବହୁ ଦୂରରେ ଜଣେ ମାଆ । ଆମେ କହୁଛୁ କଟକ ଜିଲ୍ଲା ଚୌଦ୍ଵାର ର ରବି ଦେହୁରୀ ଙ୍କ କଥା । ବୟସ -୬୧ ବର୍ଷ ହେଲାଣି କିନ୍ତୁ ସେ ନିରାଶ୍ରୟ ଫୁଣି ଗୋଟେ ପଟେ ଆତ୍ମ ନିର୍ଭରଶୀଳ । ଯେତେ କହିଲେ ବି ଦୁଃଖ ସରିବନି। ଜୀବନସାରା ସାଥୀ ହୋଇ ରହିବାପାଇଁ କଥା ଦେଇଥିଲେ ସ୍ୱାମୀ । କିନ୍ତୁ ୨୦ ବର୍ଷ ହେଲା ରବି ଙ୍କୁ ଏକା କରି ସ୍ୱାମୀ ଆରପାରିରେ। ପୁଅ, ଝିଅ, ସମ୍ପକୀୟ କହିଲେ କେହି ନାହାନ୍ତି। ସରକାରୀ ସହାୟତା କହିଲେ କେବଳ ୫ କିଲୋ ଚାଉଳ । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ବି ନାହିଁ , ଜରିପାଲ ହଁ ସାହା ଭରସା । ଦିନରେ ଯାହା ଯେମିତି କିନ୍ତୁ ରାତି ହେଲେ ଡିବି ଆଲୁଅ ନହେଲେ ଅନ୍ଧାର ରେ କଟେ ରାତି। ପ୍ରତିଦିନ ଯାଆନ୍ତି ଜଙ୍ଗଲ କୁ କିଛି କାଠ ସଂଗ୍ରହ କରିବା ପାଇଁ । କାଠ ଆଣି ତାକୁ ବିକ୍ରି କରନ୍ତି, ସେଥିରୁ ଯେଉଁ ଟଙ୍କା ହୁଏ ସେଥିରେ ତାଙ୍କ ଗୁଜୁରାଣ ମେଣ୍ଟେ । ଯେଉଁ ଦିନ ଜଙ୍ଗଲକୁ ନ ଯାଆନ୍ତି ସେଦିନ ସାହି ପଡିଶା ରେ ମାଗି ଯାଚି ଚଳନ୍ତି ନହେଲେ ଉପବାସ। ବୟସ ହୋଇଥିଲେ ମଧ୍ୟ ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ବିଧବା ଭତ୍ତା ।
ଏନେଇ ସରପଂଚ ଙ୍କ ସହିତ ଆଲୋଚନା କରିଥିଲୁ ସରପଂଚ ଙ୍କ କହିବା ଅନୁସାରେ ପ୍ରତି ବର୍ଷ ତାଙ୍କ କାଗଜ ପତ୍ର ବ୍ଲକ କୁ ଯାଉଛି ପୁଣି ଫେରି ଆସୁଛି । ତାହେଲେ କିଏ ଶୁଣିବ ଏଇ ମାଆ ର ଦୁଃଖ । ବ୍ଲକ ଅଫିସ ରେ ବାବୁ ମାନେ ସରକାରୀ ଦରମା ପାଇ ଆରାମ ରେ ଅଛନ୍ତି କିନ୍ତୁ ରବି ଙ୍କ ପାଇଁ କାହାର ମନ ଟିକେ ବି କlନ୍ଦୁନି । ଏଠି ଗୋଟିଏ ପ୍ରଶ୍ନ ସରକାରୀ ସହାୟତା କାହା ପାଇଁ ? ଶୁଣନ୍ତୁ ସରକାର ଏ ଗରୀବ ଙ୍କ କାହାଣୀ। ଚୌଦ୍ଵାର ରେ ଅନେକ ସେଚ୍ଛାସେବି ସଂଗଠନ ରହିଛି ଏହି ଗରିବ ମା କୁ କିଛି ସହାୟତା ମିଳିଲେ ହୁଏତ କିଛି ଉପକୃତ ହେବ

related posts

Leave a Comment