Home Breaking News / ତାଜା ଖବର ରାଜ୍ୟରେ ମୌସୁମୀ ସକ୍ରିୟ, ୮ ଜିଲ୍ଲାକୁ ପ୍ରବଳ ବର୍ଷା

ରାଜ୍ୟରେ ମୌସୁମୀ ସକ୍ରିୟ, ୮ ଜିଲ୍ଲାକୁ ପ୍ରବଳ ବର୍ଷା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟରେ ୨୪ ଘଂଟା ଯାଏଁ ରାଜ୍ୟର ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର , ଭୁବନେଶ୍ୱର । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସଂବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ଏହା ସହିତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଧା ଓ ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସଂଭାବନା ଥିବା କୁହାଯାଇଛି ।
ଆସନ୍ତା ୧୫ ତାରିଖ ପାଇଁ ୧୩ ଜିଲ୍ଲାକୁ ବର୍ଷା ସତର୍କତା ଜାରି ହୋଇଛି । ୧୬ ତାରିଖ ପାଇଁ ୬ଟି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ସମୟରେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସଂଭାବନା ଥିବା କୁହାଯାଇଛି । ଉପକୂଳ ଓଡିଶାରେ ପବନର ବେଗ ଅଧିକ ରହିବ ବୋଲି କୁହାଯାଇଛି । ଏହି ବର୍ଷା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

related posts

Leave a Comment