Home Breaking News / ତାଜା ଖବର ଚୀନର ହୁବେଇ ପ୍ରୋଭିନ୍ସରେ ଗ୍ୟାସ୍ ପାଇପରେ ବିସ୍ଫୋରଣ, ୧୨ରୁ ଅଧିକ ମୃତ

ଚୀନର ହୁବେଇ ପ୍ରୋଭିନ୍ସରେ ଗ୍ୟାସ୍ ପାଇପରେ ବିସ୍ଫୋରଣ, ୧୨ରୁ ଅଧିକ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚୀନର ହୁବେଇ ପ୍ରୋଭିନ୍ସରେ ଥିବା ଗ୍ୟାସ୍ ପାଇପ ଲାଇନରେ ବଡ ଧରଣର ଦୁର୍ଘଟଣା ଘଟିଛି । ଗ୍ୟାସ୍ ପାଇଲଲାଇନରେ ବିସ୍ଫୋରଣ ଫଳରେ ଘଟଣା ସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ପରେ ପ୍ରାୟ ୧୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନାରେ ଭର୍ତି ହୋଇଥିବା ଆହତଙ୍କ ସଂଖ୍ୟା ୧୩୮ ଜଣ ବୋଲି ଚୀନ୍ ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନା ଅନୁସାରେ ଚୀନର ହୁବେଇ ପ୍ରୋଭିନ୍ସର ଶିୟାନ ସହରରେ ଥିବା ଏକ ଖାଦ୍ୟ ବଜାର ନିକଟରେ ଏହି ବିସ୍ଫୋରଣ ଘଟିଛି । ସିସିଟିଭି ଫୁଟେଜ ଯାଂଚରୁ ଜଣା ପଡୁଛି ଲୋକମାନେ ବଜାରରୁ ଖାଦ୍ୟ କିଣୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଶିୟାନ ଡାକ୍ତର ଖାନାରେ ସମସ୍ତ ଆହତଙ୍କୁ ଭର୍ତି କରାଯାଇଛି । ଆହତଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ଏହି ବିସ୍ଫୋରଣକୁ ନେଇ ହୁବେଇ ପ୍ରୋଭିନ୍ସର ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛି ।

related posts

Leave a Comment