Home Breaking News / ତାଜା ଖବର ରାଇକିଆ ପେଟ୍ରୋଲ ପମ୍ପ ନିଷିଦ୍ଧାଞ୍ଚଳ ଘୋଷଣା

ରାଇକିଆ ପେଟ୍ରୋଲ ପମ୍ପ ନିଷିଦ୍ଧାଞ୍ଚଳ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ସମୋବାର କନ୍ଧମାଳ ଜିଲ୍ଲା ରାଇକିଆରେ ଥିବା ପେଟ୍ରୋଲ ପମ୍ପ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି। ପମ୍ପରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଲୋକଙ୍କ ଆବଶ୍ୟକ ମୁତାବକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପାଇଁ ନିଅନ୍ତି।ପମ୍ପ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଜାଣିବା ପରେ ସରକାରଙ୍କ ପକ୍ଷରୁ ନିୟମ ଅନୁଯାୟୀ ଏବଂ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଓ ସଂକ୍ରମଣ ବୃଦ୍ଧି ନପାଇବା ପାଇଁ ପ୍ରଶାସନ ତତ୍ପରତା ସହ କାର୍ଯ୍ୟ କରିଛି। ଏବଂ ପମ୍ପରେ ଦଶ ଦିନ ପର୍ଯ୍ୟନ୍ତ ପେଟ୍ରୋଲ,ଡିଜେଲ ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ସୁଚନା ମିଳିଛି।ଏବଂ ପ୍ରଶାସନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ବାଉଁଶ ବାଡ ଦେଇ କୋଭିଡ୍-୧୯, ନିଷିଦ୍ଧାଞ୍ଚଳ ଲେଖା ଥିବା ଏକ ପୋଷ୍ଟର ଲଗାଯାଇଛି। ବ୍ଲକ୍ ବିଡ଼ିଓ ପ୍ରବିଣ କୁମାର ବାଣୁଆ, ତହସିଲଦାର ଦାୟିତ୍ଵରେ ଥିବା ଅକ୍ଷୟ ପାଣି ଟୁଡୁ ଏବଂ ଅନ୍ୟ କର୍ମଚାରୀ ପହଞ୍ଚି ତଦାରଖ କରିଥିଲେ ଏବଂ ସେହି ବ୍ୟକ୍ତିଙ୍କୁ କୋଭିଡ୍ ସେଣ୍ଟରକୁ ପଠେଇବାର ବ୍ୟବସ୍ଥା କରାଯାଇଛି।
କନ୍ଧମାଳ ଜିଲ୍ଲାରେ ସମୋବାର ୬୨ ଜଣ ନୁଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ରାଇକିଆ ବ୍ଲକ୍ ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକ୍ ର ମାଣିକେଶ୍ଵର ଓ ବାକିଙ୍ଗିଆ ଗ୍ରାମରୁ ହୋଇଥିବା ଜଣାପଡିଛି। ଜିଲ୍ଲାରେ ଆଜିର ୬୨ ଜଣଙ୍କୁ ମିଶାଇ ସମୁଦାୟ ସଂକ୍ରମଣ ୧୦୧୪୧,ସୁସ୍ଥ ହୋଇଛନ୍ତି ୯୪୨୫ ଏବଂ ୬୭୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ରାଇକିଆ ବ୍ଲକ୍ ରେ କିଛି ଦିନ ହେଲା କୋରନା ଆକ୍ରାନ୍ତ ଏକକ ସଂଖ୍ୟା ମଧ୍ୟରେ ରହୁଥିବା ଜଣାପଡିଛି।ଲୋକେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଚଳୁଛନ୍ତି ଏବଂ ସଚେତନ ରହୁଛନ୍ତି।

related posts

Leave a Comment