Home Breaking News / ତାଜା ଖବର ପିପୁଲ ଫର ସ୍ମାଇଲର ନିଆରା ରଜ ପାଳନ

ପିପୁଲ ଫର ସ୍ମାଇଲର ନିଆରା ରଜ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ନବକିଶୋର ସାହୁ):ବର୍ତ୍ତମାନ କରୋନା ମହାମାରୀ ତାର କାୟା ବିସ୍ତାର କରିଥିବା ବେଳେ ସାରା ଓଡିଶାରେ ଚାଲିଛି ଲକଡାଉନ | ଅନେକ ଲୋକ ହରାଇଛନ୍ତି ଜୀବୀକା | ଲୋକା ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଯେଉଥିପାଇଁ ରଜପର୍ବ ଫିକା ପଡିଯାଇଛି | ଏମିତି ଏକ ମହାମାରୀ ସମୟରେ ଢେଙ୍କାନାଳ ଜିଲା କାମାକ୍ଷାନଗରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠ।ନ ପିପୁଲ ଫର ସ୍ମାଇଲ ର ନିଆରା ପ୍ରୟାସ ଗ୍ରାମ ଏବଂ ବସ୍ତି ରେ ଥିବା ଛୋଟ ପିଲାଙ୍କ ମୁହଁରେ ହସଫୁଟାଇବା ପାଇଁ ପ୍ରୟାସ ଯେଉଥିପାଇଁ ଆଜି ପିପୁଲ ଫର ସ୍ମାଇଲ ପହଞ୍ଚିଥିଲେ କାମାକ୍ଷାନଗର ବ୍ଲକ ମର୍କଟା ଗ୍ରାମରେ ଯେଉଁଠାରେ ପାଖାପାଖି ୫୦ ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି ପିପୁଲ ଫର ସ୍ମାଇଲ ତରଫରୁ ସେଠି ସମସ୍ତ ଗ୍ରାମବାସୀ ଙ୍କୁ କରୋନା ମହାମାରୀ ବିଷୟରେ ସଚେତନ କରାଇବା ସଙ୍ଗେସଙ୍ଗେ ସେଠାରେ ଥିବା ୫୦ ରୁ ଅଧିକ ପିଲାଙ୍କୁ ନୂତନ ବସ୍ତ୍ର, ଖେଳନା, ଏବଂ ସମସ୍ତ ଗ୍ରାମବାସୀ ଙ୍କୁ ଖାଦ୍ୟରେ ଦେଇ ରଜ ପାଳନ କରିଥିଲେ | ଗ୍ରାମବାସୀ ମାନେ ବେସ ଖୁସି ବ୍ଯକ୍ତ କରିଥିଲେ ।

related posts

Leave a Comment