Home Breaking News / ତାଜା ଖବର ନୂଆପାଲିରେ ମଦ ବନ୍ଦ ପାଇଁ ମହିଳା ଗୋଷ୍ଟି ବିନିକା ଥାନାରେ ଲିଖିତ ଅଭିଯୋଗ

ନୂଆପାଲିରେ ମଦ ବନ୍ଦ ପାଇଁ ମହିଳା ଗୋଷ୍ଟି ବିନିକା ଥାନାରେ ଲିଖିତ ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ଅକ୍ଷୟ ପୂଜାରୀ): ସୁବର୍ଣ୍ଣପୁର ଜିଲ୍ଳା ବିନିକା ଏନଏସି ୧୨ ନମ୍ବର ୱାଡ଼ର ନୁଆପାଲି ରେ ଚୋରା ଦେଶି ଓ ବିଦେଶି ମଦକାରବାର ବୃଦ୍ଧି ପାଇବାରେ ଲାଗିଥିବାରୁ ନୂଆଁପାଲି ‌ରେ ଦୈନିକ ଗଣ୍ଡଗୋଲ ଲାଗି ରହିବାସହ ଛୋଟ ଛୋଟ ଶିଶୁମାନେ ମଧ୍ୟ ନିଶାସେବନ କରି ପ୍ରଥଭ୍ରଷ୍ଟା ହେବାସହ କରୋନା ସମୟରେ ଯାହା ରୋଜଗାର କରୁଛନ୍ତି ସବୁ ମଦ ପିଇ ମେଲା ହାତରେ ଘରକୁ ପେରୁଥିବାରୁ ମହିଲା ମାନେ ପରିବାର ଚଳାଇବାର କଣ୍ଟ ସାଧ୍ୟ ହେଉଥିବା ଅଭିଯୋଗ ପତ୍ରରେ ଲିପିବଦ୍ଧ କରିଛନ୍ତି ା ଏଣୁ ଆଜି ନୂଆଁପାଲି ଗ୍ରା‌ମର ମାଁ ମଙ୍ଗଳା , ମାଁ ଘଣ୍ଟୋରସିନୀ , ମାଁ ଭଗବତି , ଏବଂ ଲକ୍ଷ୍ମୀ ନାରାୟଣୀ ଶତାଧିକ ମହିଲା ସ୍ବୟଂ ସହାୟକ ଗୋଷ୍ଠି କର୍ମ କର୍ତ୍ତା ବିନିକା ଥାନା କୁ ଆସି ନୂଆପାଲି ଗ୍ରାମରେ ମଦ ବନ୍ଦ କରିବାକୁ ଲିଖିତ ଅଭିଯୋଗ କରିଥିଲେ ା ମହିଲା ମାନେ ତାଙ୍କ ଗ୍ରାମର ଜୟରାମ ମଳ୍ଳିକ ଙ୍କୁ ବାରମ୍ବାର ମଦ ଗ୍ରାମରେ ବିକ୍ରୀ ନକରିବାକୁ ତାଗିତ କରିଥିଲେ ସେ ଆମ ମାନଙ୍କ କଥାକୁ ଭ୍ରୁକ୍ଷେପ ନକରି ଚୋରାମଦ ବେଧଡ଼କ ରେ ବିକ୍ରୀ କରୁଥିବା ମାଁ ଘଣ୍ଟୋାସିନୀ ସଭାପତି ଧରିତ୍ରୀ ଖଣ୍ଡାୟତ , ମାଁ ମଙ୍ଗଳା ସଭାପତି ମମତା ମାଝି, ଲକ୍ଷ୍ମୀ ନାରାୟଣୀ ସଭାପତି ପୁଷ୍ପା ଲତା ଦଣ୍ଡସେନା,ମାଁ ଭଗବତି ସଭାପତି ଶାନ୍ତି ଭୂୟାଁ , ନିରୁପମା ଦଣ୍ଡସେନା, ମିନା ଭୁଏ,ପୁଷ୍ଫା ବିଶ୍ବାଲ, ଜୟନ୍ତି ବିଶ୍ବାଲ, ଜ୍ୟୋସ୍ନା ଭୁଏ , ବିନୋଦିନି ଭୁଏ ପ୍ରମୁଖ ମହିଲା ମାନେ ଅଭିଯୋଗ କରିଛନ୍ତି ା ଏହି ଅଭିଯୋଗ ପାଇଲାପରେ ବିନିକା ଆଇଆଇସି ପବିତ୍ର ସାହୁ ନୂଆଁପାଲିକୁ ପୁଲିସ ଟିମ ଯାଇ ଜୟରାମ ମଲ୍ଲିକ କୁ ଆଣି ଥାନାରେ ଅଟକ ରଖି ତଦନ୍ତ କରୁ ଥିବା ପ୍ରକାଶ କରିଛନ୍ତି ା

related posts

Leave a Comment