Home Breaking News / ତାଜା ଖବର ଜି ୭ ବୈଠକର ଶେଷ ଦିନରେ ବିଶ୍ୱକୁ କଣ ବାର୍ତା ଦେଲେ ମୋଦୀ, ଜାଣନ୍ତୁ

ଜି ୭ ବୈଠକର ଶେଷ ଦିନରେ ବିଶ୍ୱକୁ କଣ ବାର୍ତା ଦେଲେ ମୋଦୀ, ଜାଣନ୍ତୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ବିଶ୍ୱ ସଂକଟ ଦେଇ ଗତି କରୁଛି । କୋରନା କାରଣରୁ ବିଶ୍ୱର ସମସ୍ତ ଦେଶ ସଂକଟ ଜନକ ସ୍ଥିତିର ସାମ୍ନା କରିଛନ୍ତି । ଏପରି ସମୟରେ ଭର୍ଚୁଆଲ୍ ମାଧ୍ୟମରେ ଜି ୭ ବୈଠକରେ ସାମିଲ ହୋଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକୁ ଦେଇଛନ୍ତି ବାର୍ତା । ବର୍ତମାନର ସଂକଟର ମୁକାବିଲା ପାଇଁ ବୈଶ୍ୱିକ ଏକତା ଓ ଉନ୍ମୁକ୍ତ ଗଣତନ୍ତ୍ରର ସମାଜର ଆବଶ୍ୟକତା ନେଇ ମୋଦୀ ମତ ରଖିଛନ୍ତି । ବିଶ୍ୱରେ ଦେଖା ଦେଇଥିବା ସ୍ୱାସ୍ଥ୍ୟ ସମସ୍ୟା , ଜଳବାୟୁ ପରିବର୍ତନ ଜନିତ ସମସ୍ୟା ଓ ଆର୍ଥିକ ନୀତିର ସୁଧାର ପାଇଁ ବୈଶ୍ୱିକ ଏକତା ଓ ଉନ୍ମୁକ୍ତ ଗଣତନ୍ତ୍ରର ସମାଜର ଆବଶ୍ୟକତା ଥିବା ମୋଦୀ କହିଛନ୍ତି । ଏହା ସହିତ ସମସ୍ତ ଦେଶ ଗୁଡିକୁ ଏକାଠି କରି ରଖିବା ପାଇଁ ଅନ୍ତର୍ଜାତୀୟ ନିୟମ ଓ ଆଚରଣବିଧି ପ୍ରତି ସମସ୍ତ ଦେଶ ସମ୍ମାନ ପ୍ରଦର୍ଶନର ଆବଶ୍ୟକତା ରହିଛି ।
ଗତକାଲି ଜି ୭ ଶିଖର ସମ୍ମିଳନୀର ଶେଷ ଦିନର ବୈଠକକୁ ଭର୍ଚୁଆଲ ମାଧ୍ୟମରେ ସଂବୋଧନ କରିଥିଲେ ମୋଦୀ । ‘ବିଲ୍‌ଡିଙ୍ଗ୍ ବ୍ୟାକ୍ ଟୁଗେଦର-ଓପେନ୍ ସୋସାଇଟିଜ୍ ଆଣ୍ଡ୍ ଇକୋନୋମିକ୍ସ୍‌’ ଅଧିବେଶନରେ ମୁଖ୍ୟବକ୍ତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଗଣତନ୍ତ୍ର ଏବଂ ସ୍ବାଧୀନତା ହେଉଛି ଭାରତୀୟ ସଭ୍ୟତା ସମ୍ବନ୍ଧୀୟ ନୈତିକତାର ଅଂଶବିଶେଷ। ସେ ଗୁରୁତ୍ବାରୋପ କରି କହିଲେ ଯେ, ଅବଦମନ ନୁହେଁ, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଗ୍ରସର କରାଇବା ଲାଗି ‘ସାଇବର୍‌ସ୍ପେସ୍‌’ ଏକ ଆଭିମୁଖ୍ୟ ହେବା ଉଚିତ।
ସେହିପରି, ‘କ୍ଲାଇମେଟ୍ ଚେଞ୍ଜ୍‌’ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଅନ୍ୟମାନଙ୍କ ଠାରୁ ପୃଥକ୍ ହୋଇ କାର‌୍ୟ୍ୟ କରୁଥିବା ଦେଶମାନଙ୍କଦ୍ବାରା ବିଶ୍ବର ବାୟୁମଣ୍ଡଳ, ଜୈବବିବିଧତା ଏବଂ ସମୁଦ୍ରକୁ ସୁରକ୍ଷିତ ରଖି ହେବନାହିଁ। ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ସମ୍ମିଳିତ ପ୍ରୟାସ ପାଇଁ ସେ ଆହ୍ବାନ ଦେଇଛନ୍ତି।
ସେ ମଧ୍ୟ ଗୁରୁତ୍ବାରୋପ କରି କହିଲେ ଯେ, ‘ପ୍ୟାରିସ୍ ପ୍ରତିବଦ୍ଧତା’ ନିୟମାବଳୀ ଅନୁସରଣ କରିବା ପଥରେ ଥିବା ଏକମାତ୍ର ‘ଜି୨୦’ ଦେଶ ହେଉଛି ଭାରତ।
ଏବର୍ଷର ‘ଜି ୭ ଶିଖର ସମ୍ମିଳନୀ’ ଭାରତ, କୋରିଆ ସାଧାରଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶଙ୍କୁ ଅନ୍ତର୍ଭୁକ୍ତ କରିଥିଲା। ଏହା ବ୍ୟତିରେକେ, ‘ଜି୭’ର ମୂଳ ସଦସ୍ୟମାନେ ମିଳିତ ବିବୃତିରେ ଉନ୍ମୁକ୍ତ ସମାଜ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବହୁପାକ୍ଷିକବାଦ ପ୍ରତି ସେମାନଙ୍କର ବିଶ୍ବାସ ଅଛି ବୋଲି ସୁନିଶ୍ଚିତ କରିଛନ୍ତି।

related posts

Leave a Comment