Home Breaking News / ତାଜା ଖବର ଫ୍ରେଂଚ ଓପନ ପୁରୁଷ ସିଙ୍ଗଲସରେ ନୋଭାକ ଜୋକଭିଚ ଚାମ୍ପିଅନ

ଫ୍ରେଂଚ ଓପନ ପୁରୁଷ ସିଙ୍ଗଲସରେ ନୋଭାକ ଜୋକଭିଚ ଚାମ୍ପିଅନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏଥର ପ୍ୟାରିସରେ ଖେଳାଯାଇଥିବା ଫ୍ରେଂଚ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲସରେ ଚାମ୍ପିଅନ ହୋଇଛନ୍ତି ସର୍ବିଆର ନୋଭାକ ଜୋକଭିଚ । ଫାଇନାଲ ମ୍ୟାଚରେ ବିଶ୍ୱର ଶୀର୍ଷ ମାନ୍ୟତା ପ୍ରାପ୍ତ ନୋଭାକ ଜୋକଭିଚ, ବିଶ୍ୱର ପଂଚମ ମାନ୍ୟତା ପ୍ରାପ୍ତ ଖେଳାଳି ଗ୍ରୀକର ଷ୍ଟିଫାନସୋ ସିସିପାସେଙ୍କୁ ୬-୭, ୨-୬, ୬-୩, ୬-୨ ଓ ୬-୪ ସେଟରେ ପରାସ୍ତ କରିଥିଲେ । ଫାଇନାଲ ମ୍ୟାଚରେ ଅନଭିଜ୍ଞ ସିସିପାସ , ଜୋକଭିଚଙ୍କ ଆଗରେ ପୁରା ଫିକା ପଡି ଯାଇଥିଲେ । ସିସିପାସ ପ୍ରଥମ ଦୁଇଟି ସେଟ୍ ଜିତିଥିଲେ ମଧ୍ୟ ପରବର୍ତି ତିନୋଟି ସେଟ୍ କ୍ରମାଗତ ଜିତି , ଫ୍ରେଂଚ ଓପନ ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ହୋଇଥିଲେ ନୋଭାକ । ଏହି ବିଜୟ ସହିତ ଜୋକଭିଚ ରେକର୍ଡ କରିଛନ୍ତି । ଏହା ହେଉଛି ତାଙ୍କର ୧୯ ତମ ଗ୍ରାଣ୍ଡସ୍ଲାମ୍ ବିଜୟ । ଏହି ବିଜୟ ସହ ଜୋକୋଭିକ ସର୍ବାଧିକ ଗ୍ରାଣ୍ଡ ସ୍ଲାମ୍ ପୁରୁଷ ଏକକ ବିଜେତା ସ୍ବିଜରଲାଣ୍ଡ କିଂବଦନ୍ତି ରୋଜର ଫେଡେରର୍ ଓ ସ୍ପେନ୍‌ର ରାଫେଲ ନାଦାଲ (୨୦)ଙ୍କ ନିକଟବର୍ତ୍ତୀ ହୋଇଛନ୍ତି। ଏଥିସହ ରୋଲାଁ ଗ୍ୟାରୋସରେ ଦ୍ୱିତୀୟ ମୁକୁଟ ହାତେଇ ଜୋକୋଭିକ ୫୦ ବର୍ଷ ପ‌ରେ ୪ଟିଯାକ ଗ୍ରାଣ୍ଡ ସ୍ଲାମ୍ ଦୁଇଥର ଜିତିବାରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। ଶେଷ ଥର ଲାଗି ସେ ଏଠାରେ ୨୦୧୬ରେ ଟ୍ରଫି ଜିତିଥି‌ଲେ। ଚଳିତ ବର୍ଷ ଏହା ତାଙ୍କର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍ ମୁକୁଟ। ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ମଧ୍ୟ ଜୋକୋଭିକ୍ ଜିତିଥିଲେ। ସୂଚନାଯୋଗ୍ୟ ଯେ ଜୋକୋଭିକ ୯ ଅଷ୍ଟ୍ରେଲିଆନ୍ ଓପନ୍‌, ୨ ଫ୍ରେଞ୍ଚ ଓପନ୍‌, ୫ ୱିମ୍ବଲଡନ୍ ଓ ୩ ୟୁଏସ୍ ଓପନ୍ ଟ୍ରଫି ଜିତିଛନ୍ତି।

related posts

Leave a Comment