Home Breaking News / ତାଜା ଖବର ବିଶ୍ୱ ରକ୍ତଦାନ ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର

ବିଶ୍ୱ ରକ୍ତଦାନ ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ବିଶ୍ୱ ରକ୍ତଦାନ ଦିବସ। ଓଡ଼ିଶାରେ ସ୍ୱେଚ୍ଛାକୃତ ରକ୍ତଦାନର ସିଂହଭାଗ ନବୀନବାବୁଙ୍କ ନିର୍ଦ୍ଦେଶରେ “ଓଡିଶା ମୋ ପରିବାର- ଜୀବନବନ୍ଧୁ” ଅଭିଯାନ ଜରିଆରେ ଯୁବଛାତ୍ର ସ୍ୱେଚ୍ଛାସେବୀଙ୍କ ଯୋଗଦାନରେ କରାଯାଉଛି। ଗଲା ସପ୍ତାହରେ ଦିଆଯାଇଥିବା ଲକ୍ଷ୍ୟ ଏକଲକ୍ଷ ୟୁନିଟ ରକ୍ତଦାନ “ଓଡିଶା ମୋ ପରିବାର” ମାଧ୍ୟମରେ କରାଯାଇଛି।କୋଭିଡ ସମୟରେ ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ପୂରଣ ପାଇଁ ଏବେ ଛୋଟଛୋଟ Camp ଗାଁ ଗହଳି ସହରରେ ଟିକେ ବଡ଼ Camp କରାଯାଇ ରକ୍ତଦାନ ଅଭିଯାନ କରାଯାଉଛି। କଟକ ଜିଲ୍ଲା ନରସିଂହପୁର,ଚମ୍ପେଶ୍ୱର ଠାରୁ ନେଇ ଅଭିମାନପୁର, କୁଆଁରପାଳ, ମାଣିଆବନ୍ଧ, ମହୁଲିଆ, ମାନପୁର ପ୍ରଭୃତି ଛୋଟ Campରେ ଯୁବକମାନେ ଯୋଗଦେଇଛନ୍ତି। ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଧାୟକ ଦେବୀ ପ୍ରସାଦ ମିଶ୍ର |

ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀ ବିଧାୟକ ଶ୍ରୀ ଅନନ୍ତନାରାୟଣ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବିଧାୟକ ଶ୍ରୀ ମିଶ୍ର ଉଦଘାଟନ କରିଥିଲେ । ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ସହ ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ସଭାପତି ବିଧାୟକ ଶ୍ରୀ ସୁଶାନ୍ତ ରାଉତ, କୋଅଡ଼ିନେଟର ସର୍ଵଶ୍ରୀ ନବ ବେହେରା, ଚଗଲା, ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାର, ଯୁବଛାତ୍ର ମହିଳା କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ରକ୍ତଦାତାଙ୍କୁ ପ୍ରଶଂସାପତ୍ର ଦିଆଯାଇଥିଲା।

related posts

Leave a Comment