Home Breaking News / ତାଜା ଖବର ବରାହ ଶିକାର ପାଇଁ ବିଦ୍ୟୁତ ତାର ଲଗାଇଲା ସମୟରେ ଦୁବୃର୍ତ୍ତକୁ କାବୁ କଲେ ଗ୍ରାମବାସୀ

ବରାହ ଶିକାର ପାଇଁ ବିଦ୍ୟୁତ ତାର ଲଗାଇଲା ସମୟରେ ଦୁବୃର୍ତ୍ତକୁ କାବୁ କଲେ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ): ସୁବର୍ଣ୍ଣପୁର ଜିଲ୍ଳା ବିନିକା ଅଞ୍ଚଳରେ ବରାହା ଶିକାରିଙ୍କ ଦୈରାମ୍ଭ ବଡ଼ିବାରେ ଲାଗିଛି । କିନ୍ତୁ ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଚଡ଼ାଉ କରାଯାଉଥିଳେ ମଧ୍ୟ ଶିକାରୀ ମାନେ ସେମାନଙ୍କୁ ଧରିବାର ରେ ସଫଳ ହେଉନଥିବାରୁ ଅଞ୍ଚଳରେ ଜନସାଧାରଣ ବନବିଗାଗ ପ୍ରତି ଅଙ୍ଗୁଲି ନିନ୍ଦେଶ କରୁଛନ୍ତ୍‌ି ୁା ବିନିକା ବନଞ୍ଚା କୈାଡ଼ିଆମୁଣ୍ଡା ଫରେଷ୍ଟ ଅଧିନସ୍ତ ବାରପାହାଡ଼ ଜଙ୍ଗଳରେ ଗତକାଲି ସଂନ୍ଧ୍ରାରେ ବରାହ ଶିକାର ପାଇଁ ବିଦ୍ୟୁତ ତାର ଲଗାଇଲା ସମୟରେ ଜଣେ ଶିକାରି କୁ ଗ୍ରାମବାସି କାକୁ କରି ଅଟକ ରଖିଥିଲାବେଲେ ଅନ୍ୟ ଦୁଇଜଣ ସେଠାରୁ ପେରାର ହେବାରେ ସଫଲ ହୋଇଯାଇଥିଲେ । ତିଜଣ ଶିକାରୀ ତିନିଜଣ ସଂନ୍ଦ୍ୟା ୭.୩୦ ମିନିଟରେ ବିଦ୍ୟୁତ କାଟି ମେଘେଲା ସାହାଜବାହାଲ ପତରଫଡ଼ି ନିକଟସ୍ତ ଏକ ବିଦ୍ୟୁତ ଲାଇନରୁ ତାର ବିଛାି ବିଦ୍ୟୁତ ସଂଯୋଗ କରିବାସମୟରେ ସାହାଜବାହାଲ ଗ୍ରାମ୍ୟ ଓ ଜଙ୍ଗଳ କମିଟି ଶିକାରି ମାନଙ୍କୁ କାବୁ କରିବା ପାଇଁ ଘଟଣା ସ୍ଥଳକୁ ଯାଇ ଥିଲେ । ସେଠାରେ ତିନି ଜଣ ସିକାରୀ ଗ୍ରାମବିସି ିଙ୍କୁ ଦେଖି ବିଦ୍ୟୁତ ତାର ଓ ଏକ ବାଇକ ନମ୍ବର ଓଡ଼ି ୩୧-ଏଚ-୯୪୯୯ ଛାଡ଼ି ପଲାୟନ କରୁଥିଲା ସମୟରେ ବିନିକା ବ୍ଳକ ଅଧିନସ୍ତ ଶଙ୍କରା ଗ୍ରାମ ପଞ୍ଚାୟତ କୈାଡ଼ିଆମୁଣ୍ଡା ଗ୍ରାମର ୱାଡ଼ ସଭ୍ୟ ସୁରେନ୍ଦ୍ର ବାଘ- (ବୁଠି) –( ୩୦) କାବୁ କରି ଙ୍କୁ ଉତ୍ତମ ମଧ୍ୟମ ଦେଇ ଗତକାଲି ବିଲମ୍ବିତ ରାତ୍ରରେ ବିନିକା ଥାନା ଅଧିନସ୍ତ ଗନିଆଁ ଫାଣ୍ଡିକୁ ହସ୍ତାନ୍ତର କରିଥିଲେ । ଆଜି ଗନିଆଫାଣ୍ଡି ଅଧିକାରୀ ଶ୍ରୀକୃର୍ଷ୍ଣ ସେଟ ବିନିକା ବନ ବିଭାଗ କୁ ଅଭିଯୁକ୍ତ କୁ ହର୍ତ୍ତାନ୍ତର କରିଥିଲେ । ଏହାପରେ ବିନିକା ବନାଞ୍ଚଳ ରେ ଏକ ମାମାଲା ରୁଜୁ ହୋଇ ସୋନପୁର ଡ଼ିଏଫଓ କାର୍ଯ୍ୟଳୟରେ ହାଜର କରି କୋଟ ଚାଳଣ କରିଥିଲେ । ଅନ୍ୟ ଦୁଇଜଣ – କୈାଡ଼ିଆମୁଣ୍ଡାର ହେମନ୍ତ ବାଘ- ଓ ସାହାଜବାହାଲ ଗ୍ରାମର ରାଜେନ୍ଦ୍ର ତରାଇ ଫେରା ବିନିକା ବନାଞ୍ଚଳ ଭାରାପ୍ରାପ୍ତ ରେଞ୍ଜର ଶିବ ପ୍ରଶାଦ ନାଏକ ପ୍ରକାଶ କରିଛନ୍ତି ।

related posts

Leave a Comment