Home Breaking News / ତାଜା ଖବର ବଜ୍ରାଘାତ ନେଲା ୨ ଜୀବନ

ବଜ୍ରାଘାତ ନେଲା ୨ ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁବର୍ଣ୍ଣପୁର ଜିଲ୍ଲା ବର୍ଡାକଟା ଗାଁରେ ଅଘଟଣ,ବଜ୍ରାଘାତରେ ଦୁଇ ଜଣଙ୍କ ପ୍ରାଣ ଗଲା । ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁ ପତ୍ର ଫଡିରେ ପତ୍ର ବାନ୍ଧୁଥିବାବେଳେ ହୋଇଛି ଅଘଟଣ । ମୃତକମାନେ ହେଲେ ବହଲପଦର ଗାଁର ତ୍ରିଲୋଚନ ପଧାନ ଓ ଭାଲୁଚୁଆଁ ଗାଁର ବାସନ୍ତି ମୁଣ୍ଡା । ବୀରମହାରାଜପୁର ଡାକ୍ତରଖାନାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଆହତ ବ୍ୟକ୍ତି ସମାରୁ ମୁଣ୍ଡାକୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତାର କରାଯାଇଛି । ଆଜି ମଧ୍ୟାହ୍ନରେ ଖାଇ ସାରି ତଳେ ବସି ପତ୍ର ବାନ୍ଧୁଥିବା ବେଳେ ହଠାତ ବଜ୍ରାଘାତ ହୋଇଥିଲା । ତେବେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।

related posts

Leave a Comment