Home Breaking News / ତାଜା ଖବର ଜଣେ ଭକ୍ତ ମନ୍ଦିର ଦର୍ଶନ ପରେ ବାହାର ପାହାଚରେ କିଛି ସମୟ ପାଇଁ କାହିଁକି ବସିଥାନ୍ତି, ଜାଣନ୍ତୁ ସେହି ପୁରାଣ ବର୍ଣିତ କାହାଣୀ

ଜଣେ ଭକ୍ତ ମନ୍ଦିର ଦର୍ଶନ ପରେ ବାହାର ପାହାଚରେ କିଛି ସମୟ ପାଇଁ କାହିଁକି ବସିଥାନ୍ତି, ଜାଣନ୍ତୁ ସେହି ପୁରାଣ ବର୍ଣିତ କାହାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏହା ଏକ ପ୍ରାଚୀନ ପରମ୍ପରା ଯାହାର ବିଶେଷ ମହତ୍ତ୍ଵ ବା ଉଦ୍ଦ୍ଯେଶ ଅଛି । ବାସ୍ତବରେ ମନ୍ଦିରର ପାହାଚରେ ବସି ଏକ ଶ୍ଳୋକ ବୋଲିବା ଉଚିତ୍ ।ଆଜକାଲି ପ୍ରାୟତଃ ଲୋକମାନେ ଭୁଲିଯାଇଛନ୍ତି । ଏହି ଶ୍ଳୋକକୁ ମନେରଖି, ଆସୁଥିବା ପିଢିକୁ ବି ଅବଗତ କରାଇବା ଦରକାର ।
ଶ୍ଳୋକଟି :
” ଅନାୟାସେନ ମରଣମ୍ ,
ଵିନା ଦେନ୍ୟେନ ଜୀବନମ୍।
ଦେହାନ୍ତେ ତବ ସାନିଧ୍ୟମ ,
ଦେହିମେ ପରମେଶ୍ବରମ୍॥”
ଏହାର ଅର୍ଥ:-
ଅନାୟାସେନ ମରଣମ୍’-
ଅର୍ଥାତ୍ ,ବିନା କଷ୍ଟରେ ମୃତ୍ୟୁ ହେଉ ଏବଂ ବେମାର ନ ହୋଇ ଶେଯରେ ନ ପଡେ, କଷ୍ଟ ସ୍ବୀକାର କରି ମୃତ୍ୟୁ ପ୍ରାପ୍ତ ନ ହେଉ,ଚାଲିବା ବୁଲିବା ଅବସ୍ଥାରେ ପ୍ରାଣ ଯାଉ ।
‘ଵିନା ଦେନ୍ୟେନ ଜୀବନମ୍ –

ଅର୍ଥାତ୍,ପର ଉପରେ ନିର୍ଭର କରି ଜୀବନ ନ ଯାଉ। ସମସ୍ତେ ମୁକ୍ତ ଜୀବନ ଚାହାଁନ୍ତି, ଏହା ସମସ୍ତଙ୍କର ନୈସର୍ଗିକ ଇଛା।

ତୁଳସୀ ଦାସ ରାମ ଚରିତମାନସରେ ଲେଖିଛନ୍ତି,
“कत विधि सृजि नारि जग माही।पराधीन सपनेहु सुख नाहीं“।
ଭଗବାନଙ୍କ କୃପାରେ କାହାକୁ ଭିଖ ନ ମାଗି ଜୀବନ ଚାଲିଯାଉ।
“जग में क्षण की पराधीनता, सौ-सौ मृत्यु समान है।
इससे बढ़कर जगती तल पर, नहीं कोई आमान है।”

‘ଦେହାନ୍ତରେ ତବ ସାନିଧ୍ୟମ’-

ଅର୍ଥାତ୍, ଯେବେ ବି ମରଣ ଆସୁ ଭଗବାନ ସମ୍ମୁଖରେ ରୁହନ୍ତୁ।ତାଙ୍କର ଦର୍ଶନ କରୁ କରୁ ପ୍ରାଣ ଯାଉ ।

‘ଦେହିମେ ପରମେଶ୍ବରମ୍-

ଅର୍ଥାତ୍, ହେ ପରମେଶ୍ଵର ଏହି ବରଦାନ ମୋତେ ଦିଅନ୍ତୁ ।
ଭଗବାନଙ୍କୁ ପ୍ରାର୍ଥନାପୁର୍ବକ ଉପରୋକ୍ତ ଶ୍ଳୋକଟି ପାଠ କରନ୍ତୁ । ଗାଡି, ପୁତ୍ର, ପୁତ୍ରି, ପତି, ପତ୍ନୀ, ଘର,ଧନ ଇତ୍ୟାଦି (ଅର୍ଥାତ୍ ସଂସାର) ମାଗନ୍ତୁ ନାହିଁ କାରଣ ଭଗବାନ ତ ଆପଣଙ୍କ ପାତ୍ରତାନୁସାରେ ସ୍ବୟଂ ଆପଣଙ୍କୁ ଦେଉଛନ୍ତି । ତେଣୁ ଦର୍ଶନ କରିବା ପରେ ବସିକରି ଏହି ପ୍ରାର୍ଥନା ଅବଶ୍ୟ କରିବା ଉଚିତ୍ । ଏହା ପ୍ରାର୍ଥନା , ଯାଚନା ନୁହେଁ । ଯାଚନା ତ ସାସାଂରିକ ପଦାର୍ଥ ପ୍ରତି ହୋଇଥାଏ, ତାହା ଭିକ୍ଷା ।
‘ପ୍ରାର୍ଥନା ‘ଶବ୍ଦର ‘ପ୍ର’ର ଅର୍ଥ ‘ବିଶେଷ ‘ଅର୍ଥାତ୍ ବିଶିଷ୍ଟ, ଶ୍ରେଷ୍ଠ ଏବଂ ‘ଅର୍ଥନା’ ଅର୍ଥ ନିବେଦନ ।ପ୍ରାର୍ଥନାର ଅର୍ଥ ହେଲା ବିଶେଷ ନିବେଦନ l

related posts

Leave a Comment