Home Breaking News / ତାଜା ଖବର ରାୟଗଡା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ଵ ଶିଶୁ ଶ୍ରମିକ ନିରୋଧି ଦିବସ ପାଳନ

ରାୟଗଡା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ଵ ଶିଶୁ ଶ୍ରମିକ ନିରୋଧି ଦିବସ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଆଇନ ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ତା ୧୨/୦୬/୨୧ ରିଖ ଶନିବାର ଦିନ ଅନଲାନ ମଧ୍ୟରେ ବିଶ୍ବ ଶିଶୁ ଶ୍ରମିକ ନିରୋଧି ଦିବସ ପାଳନ ଅବସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅଶିସ କୁମାର ତ୍ରିପାଠୀ,ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ନିରଞ୍ଜନ ପାତ୍ର,ମୁଖ୍ୟ ଦଣ୍ଡାଧିକାରୀ ମନୋରଞ୍ଜନ ଦାସ, ଭାରପ୍ରାପ୍ତ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ରେଜିଷ୍ଟ୍ରେର ଶ୍ରୀମତି ପତିମା ପାତ୍ର ,ଅନୁବିଭାଗୀୟ ଦଣ୍ଡାଧିକାରି ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ,ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟାଧୀକାରି ଶ୍ରୀମତି ସୁଭାସିନୀ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ର ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ରାଜ୍ କିଶୋର ସାହୁ,ସରକାରୀ ଶ୍ରମଅଧିକାରୀ ସ୍ୱାତି ଲଗ୍ନା ପାଦ୍ରା,
ସର୍ବୋପରି ଏହି କାର୍ଯ୍ୟକ୍ରମ ରେ ପାନାଲ ଓକିଲ ପାରା ଲିଗାଲ ଭଲଉଣ୍ଟର ଵିଭିନ୍ନ ବିଦ୍ୟାଳୟ ର ଆଇନ ସଚେତନତା କୁବର ଛାତ୍ର ଛାତ୍ରୀ ମାନେ ଉପସ୍ଥିତଥିଲେ । ନିଜର ବକ୍ତବ୍ୟ ରେ ମୁଖ୍ୟ ଦଣ୍ଡାଧୀକାରୀ ଶ୍ରୀ ମନୋରଞ୍ଜନ ଦାସ,ଶିଶୁ ସୁରକ୍ଷା ସମ୍ବଦୀୟ ବିଭିନ୍ନ ଆଇନ ଗୁଡିକ ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ନିରଞ୍ଜନ ପତ୍ର ନିକର କବିତା ମାଧ୍ୟମରେ ଛାତ୍ର ଛାତ୍ରି ମାନଙ୍କୁ ଉତ୍ସାହୀତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ପରିସଂଖ୍ୟାନ ମାଧ୍ୟମରେ ଶିଶୁ ଶ୍ରମିକ ମାନଙ୍କ ପାଇଁ ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ସମସ୍ତଙ୍କ କର୍ତ୍ତବ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ନିଜର ଅଭିବାସନ ରେ ରାୟଗଡା ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଶିଶୁ ମାନଙ୍କ ପାଇଁ ସରକାରିଙ୍କର ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ପରିଶେଷରେ ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିସ କୁମାର ତ୍ରିପାଠୀ ପିଲାମାନଙ୍କୁ ସହିତ ଏକ ଖୋଲା ଆଲଚନା ରେ ଅଂଶଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତଲନ କରିବାକୁ ପରାମର୍ଶ ଦେଇଥିଲେ ।

related posts

Leave a Comment