Home Breaking News / ତାଜା ଖବର କରୋନାକୁ ପରାସ୍ତ କରି ଘରକୁ ଫେରିଲେ ୮୪ ବର୍ଷୀୟ ଶିକ୍ଷାବିଦ

କରୋନାକୁ ପରାସ୍ତ କରି ଘରକୁ ଫେରିଲେ ୮୪ ବର୍ଷୀୟ ଶିକ୍ଷାବିଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର (ନବ କିଶୋର ମିଶ୍ର): ମହାମାରୀ କରୋନାକୁ ଦୀର୍ଘ ୧୪ ଦିନ ଧରି ଲଢ଼େଇ କରି ବିଜୟୀ ହୋଇ ଘରକୁ ଫେରିଛନ୍ତି ସୋନପୁର ଜିଲ୍ଲାର ବରିଷ୍ଠ ଶିକ୍ଷାବିତ ତଥା ସମ୍ବଲପୁର ଜିଏମ କଲେଜର ବାର୍ଣ୍ଣିଜ୍ୟ ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡା. ହୃଷିକେଶ ବେଦବାକ।

ସେ ଆକ୍ରାନ୍ତ ହୋଇ ଗତ ୨୯ ତାରିଖରୁ ବରଗଡ଼ସ୍ଥିତ ସାଇକୃପା ନର୍ସିଂହୋମରେ ଚିକିସତ ହେଉଥିଲେ। ହେଲେ ଦୀର୍ଘ ୧୩ ଦିନର ଲଢ଼େଇ ପରେ ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲେ ମଧ୍ୟ ଶେଷରେ ସେ ଆରୋଗ୍ୟ ଲାଭ କରିଛନ୍ତି। ତେବେ ତାଙ୍କର ଆରୋଗ୍ୟ ପାଇଁ ଶୁଭକାମନା ଜଣାଇଥିବା ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରିଥିବା ଯୁବକ ବନ୍ଧୁମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ତାଙ୍କ ସହିତ ଚିକିତ୍ସା ହୋଇଥିବା ପୁତ୍ର ସୋନପୁର ର ବରିଷ୍ଠ ଓକିଲ ଶ୍ରୀ ବଳଦେବ ବେଦବାକ।

related posts

Leave a Comment