Home Breaking News / ତାଜା ଖବର ହଜ୍ ଯାତ୍ରା ପାଇଁ କେବଳ ସ୍ଥାନୀୟ ଲୋକଙ୍କୁ ଅନୁମତି ଦେବ ସାଉଦିଆରବ

ହଜ୍ ଯାତ୍ରା ପାଇଁ କେବଳ ସ୍ଥାନୀୟ ଲୋକଙ୍କୁ ଅନୁମତି ଦେବ ସାଉଦିଆରବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା କାଳରେ ହଜ୍ ଯାତ୍ରାକୁ ନେଇ କଠୋରନୀତି ଆପଣାଇଛି ସାଉଦିଆରବ । ସାଉଦିଆରବରେ ହଜ୍ ଯାତ୍ରା ପାଇଁ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କୁ ଅନୁମତି ମିଳିଥିବା ନେଇ ସରକାରୀ ଭାବେ ସୂଚନା ଜାରି ହୋଇଛି । କରୋନା ମହାମାରୀ ପାଇଁ ଚଳିତବର୍ଷ ହଜ୍ ଯାତ୍ରାପାଇଁ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କ ଅନୁମତି ମିଳିବ ବୋଲି ସରକାରଙ୍କ ଦ୍ୱାରା ପରିଚାଳିତ ସାଉଦି ପ୍ରେସ ଏଜେନ୍ସି ହଜ୍ ଏବଂ ଓମରା ମନ୍ତ୍ରାଳୟ ବୟାନ ଜାରି କରିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଚଳିତ ବର୍ଷ ହଜ୍ ଯାତ୍ରା ଜୁଲାଇ ମାସ ମଧ୍ୟଭାଗରୁ ଆରମ୍ଭ ହେବ । ଏଥିରେ ୧୮ ରୁ ୬୫ ବର୍ଷର ଲୋକ ଭାଗ ନେଇପାରିବେ । ହଜ୍ ଯାତ୍ରା ପାଇଁ ଇଛୁକ ସ୍ଥାନୀୟ ବ୍ୟକ୍ତି ଟିକା ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସାଉଦି ଆରବ ସରକାର ହଜଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଦେଶର ସୁରକ୍ଷା ବାବଦରେ ବିଚାର କରି ଏଭଳି ନିଷ୍ପତ୍ତି ନେଇଛି ।
ପ୍ରତିବର୍ଷ ହଜ୍ ଯାତ୍ରାରେ ପାଖାପାଖି ୨୦ ଲକ୍ଷ ଲୋକଙ୍କର ସମାଗମ ଦେଖିବାକୁ ମିଳିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ଏଥିରେ କିଛି କଟକଣା ଲଗାଯାଇଛି ଜ୍ଝ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ହଜ୍ ଯାତ୍ରାକୁ ନେଇ ଜାରି ହୋଇଥିବା ନିର୍ଦ୍ଦେଶକୁ ନେଇ କହିଛନ୍ତି କି ହଜ୍ ଯାତ୍ରାକୁ ନେଇ ସାଉଦି ଆରବ ସରକାର ଯାହା ନିଷ୍ପତ୍ତି କରିବେ ତାହା ସହ ଭାରତ ସରକାର ସହମତ ହେବେ ।

related posts

Leave a Comment