Home Breaking News / ତାଜା ଖବର ଅଜିତ ପାଣ୍ଡେ ଓ ତାଙ୍କ ସ୍ତ୍ରୀକୁ ଉଦ୍ଧାର ପାଇଁ ନିବେଦନ

ଅଜିତ ପାଣ୍ଡେ ଓ ତାଙ୍କ ସ୍ତ୍ରୀକୁ ଉଦ୍ଧାର ପାଇଁ ନିବେଦନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: କରୋନା ଯୋଗୁ ସ୍ଥିତି ବଦଳିଯାଇଛି । ବହୁ ଲୋକ ରୋଜଗାର ହରାଇଥିବା ବେଳେ କିଛି ରୋଜଗାର କରିବାକୁ ବାହାରକୁ ରାଜ୍ୟ କୁଯାଇ ଅତ୍ୟାଚାରିତ ହେଉଛନ୍ତି । ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ତାମିଲନାଡୁ ଦାଦନ ଖଟିବାକୁ ଯାଇ ଅସୁବିଧାରେ ପଡିଛନ୍ତି ଦମ୍ପତି । ଉଦ୍ଧାର ପାଇଁ ଭିଡିଓ କରି ସୋସିଆଲ ମିଡିଆରେ ଗୁହାର ଲଗାଇଛନ୍ତି । ସୁବର୍ଣ୍ଣପୁର ବିନିକା ବାଉଁଶୁଣୀ ଗାଁର ଅଜିତ୍ ପାଣ୍ଡେ ଓ ତାଙ୍କର ସ୍ତ୍ରୀ ଲୋଡିଛନ୍ତି ସହାୟତା । ଗତ ୪ବର୍ଷ ହେବ ବାଉଁଶୁଣୀରୁ ଅଜିତ ଓ ତାଙ୍କ ସ୍ତ୍ରୀ ତାମିଲନାଡୁର ଦାରାବରମ ଜିଲ୍ଲାର ତିରପୁରକୁ କାମ ପାଇଁ ଯାଇଥିଲେ ।ହେଲେ ଏବେ କିଛି ଦିନ ହେବ ତାଙ୍କ ସ୍ତ୍ରୀର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି । ସେଠାରେ ରହୁଥିବା ଘରେ ତାଙ୍କର ଘର ମାଲିକର ସେମାନଙ୍କୁ ବନ୍ଦି କରି ବନ୍ଦି କରି ରଖି ଚିକିତ୍ସା ପାଇଁ ବାହାରକୁ ଛାଡୁ ନଥିବା ଅଭିଯୋଗ ହୋଇଛି । ଏପରିକି ଖାଇବା ପିଇବା ପାଇଁ ପଇସା ଦେଉ ନ ଥବା ମଧ୍ୟ ଅଭିଯୋଗ କରିଛନ୍ତି ଅଜିତ ।ଏଭଳି ଅବସ୍ଥାରେ କାହାକୁ ନ ପାଇ ଅଜିତ ମୋବାଇଲରେ ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏହାକୁ ଦେଖି ବିନିକା ବାଉଁଶୁଣୀ ଅଂଳର କିଛି ଲୋକ ଅଜିତଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରାକାର, ୫ଟି ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଟୁଇଟ ମାଧ୍ୟମରେ ଅନୁରୋଧ କରିଛନ୍ତି ।ଏନେଇ ବିନିକା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି ା ଏବିକ୍ଷୟରେ ସୁବର୍ଣ୍ଣପୁର ଡ଼ିଏଲ୍ଓ ଡ଼ିଲେଶ୍ବାର ଖାଖା କୁ ପଚରାଯିବାରୁ ଆଜି ଖବର ପାଇ ଅତିରିକ୍ତ ଡ଼ିଏଲଓ କୁ ବାଉଁଶୁଣି ତଦନ୍ତ ପାଇଁ ପଠାଇଥିଲି ାଅଜିତ ଓ ତାଙ୍କ ତ୍ସ୍ରୀ ୪ ବର୍ଷ ହେବ ଗଲେଣି ଗୋଟିଏ ଜାଗାରେ ଠିକ ହିସାବରେ ରହି କାର୍ଯ୍ୟ କରୁଆସୁଥିଲେ ବତ୍ତମା ନ କିପରି ଏହିପରି ହୋଇଥିବା ତଦନ୍ତରେ ଆସିଥିବା ଅତିରିକ୍ତ ଡ଼ିଏଲଓ ଆଗରେ ତାଙ୍କ ସଂମ୍ପକିୟ ମାନେ ପ୍ରକାଶ କହିବାସହ ଆମେ ସେଠାର ମାଲିକ ସହ ଯୋଗାଯୋଗ ପାଇଁ ଚେଷ୍ଟା କୁରୁଛୁଁ ବତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇପାରୁନାହିଁ ଯେକେଢଣସି ପ୍ରକାରରେ ଯୋଗାଯୋଗକରି ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥକେ ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ତା କରିବାସହ ସେମାନେ ଓଡ଼ିଶା ଆସିବାକଚ ଛାହିଁଳେ ତୁରନ୍ତ ପେରାଇ ଆଣିବାପାଇଁ ପ୍ରଶାସନ ଚେଷ୍ଟା କରୁଥିବା ଡ଼ିଏଲଓ ଶ୍ରୀ କାକା ପ୍ରକାଶ କରିଛନ୍ତି ା

related posts

Leave a Comment