Home Breaking News / ତାଜା ଖବର ପୋଲାଣ୍ଡ ଓପନରେ ଭିନେଶ ଫୋଗତଙ୍କୁ ଗୋଲ୍ଡ ମେଡାଲ

ପୋଲାଣ୍ଡ ଓପନରେ ଭିନେଶ ଫୋଗତଙ୍କୁ ଗୋଲ୍ଡ ମେଡାଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକସ ଆଗରୁ ଭାରତୀୟ ମହିଳା କୁସ୍ତି ତାରକା ଭୀନେଶ ଫୋଗଟଙ୍କ ଦବଦବା । ପୋଲାଣ୍ଡ ଓପନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭୀନେଶ ଫୋଗଟ । ପୋଲାଣ୍ଡ ଓପନ୍ କୁସ୍ତି ପ୍ରତିଯୋଗିତାର ୫୩ କେଜି ବର୍ଗରେ ସେ ସ୍ବର୍ଣ୍ଣ ପଦକ ହାସଲ କରି ଟୋକିଓ ପ୍ରସ୍ତୁତିର ପ୍ରମାଣ ଛାଡ଼ିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଫାଇନାଲ୍ ଲଢ଼େଇରେ ଭିନେଶ ୮-୦ରେ ୟୁକ୍ରେନ୍ ପ୍ରତିଦ୍ବନ୍ଦ୍ବୀ ଖ୍ରିଷ୍ଟିନା ବେରେଜାଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ଭିନେଶ ମଧ୍ୟ ଚଳିତ ବର୍ଷର ନିଜର ତୃତୀୟ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ପୋଲାଣ୍ଡ ଓପନ୍‌ରେ ସ୍ବର୍ଣ୍ଣ ଜିତିବାର ସଫଳତା ପାଇଁ ଭିନେଶ ଟୋକିଓ ଅଲିମ୍ପିକ୍ସରେ ଶୀର୍ଷ ମାନ୍ୟତା ପାଇବାର ଦାବିଦାର ହୋଇଛନ୍ତି।

related posts

Leave a Comment