Home Breaking News / ତାଜା ଖବର ଗଣମାଧ୍ୟମର ପ୍ରଭାବରେ ଟିକର କଣ୍ଟୁଆ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇଲା ପ୍ରଶାସନ

ଗଣମାଧ୍ୟମର ପ୍ରଭାବରେ ଟିକର କଣ୍ଟୁଆ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇଲା ପ୍ରଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉର): ରାୟଗଡା ସଦର ବ୍ଲକ ର ବୈରାଗିହଲୁଆ ପଞ୍ଚାୟତ ର ଟିକର କଣ୍ଟୁଆ ଗ୍ରାମର ଦିର୍ଘ ୬ ମାସ ହେବ ପାନିୟ ଜଳ ପାଇଁ ହନ୍ତ ସନ୍ତ ହେଉଥିଲା । ଏକ କିଲୋମିଟର ଘାଟି ରାସ୍ତା ଦେଇ ନାଗାବଳୀ ନଦୀରୁ ପାଣି ଆଣି ଶୋଷ ମେଣ୍ଟାଉ ଥିଲେ । ଗ୍ରାମବାସୀ ସରପଞ୍ଚଙ୍କୁ ଓ ପିଇଓ ଙ୍କୁ କହି କହି ଥକିଯାଇ ଶେଷରେ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଖବର ଦେଇଥିଲେ । ଆମେ ଯାଇ ଟିକରକଣ୍ଟୁଆ ଗ୍ରାମର ରେ ପହଁଚି ନଳ କୂପ ଦେଖିଲୁ ଗୋଟିଏ ବର୍ଷେ ହେବ ଖରାପ ଆଛି ଅନ୍ୟଟି ଅଧ ଘଣ୍ଟା କାଳ ମାରିଲା ପରେ ବି ବହରୁନି ସାନ ଧାର ବାହାରୁଛି ଯାହା ଏକ ଘଣ୍ଟା ଲିଫ୍ଟ ମାରିଲେ ମୁନ୍ଦିଏ ବାହାରୁଛି ଯାହା ଗ୍ରାମର ଶୋଷ ମେଣ୍ଟାଇବାରେ ଅସମର୍ଥ ଅଟେ। । ଏ ବିଷୟରେ ବିଡ଼ିଓ ରାଜେନ୍ଦ୍ର ମାଝୀଙ୍କୁ ପଚାରିବାରୁ ମୋ ପାଖରେ ଖବର ନାହିଁ । ଏଣୁ ଆପଣ ଆମକୁ ମାତ୍ର ୩ ଦିନ ସମୟ ଦିଅନ୍ତୁ ମୁ ପାଣି ବ୍ୟବସ୍ଥା କରାଇ ଦେବି କହିଥିଲେ। ଯାହେଉ ବିଡ଼ିଓ ଆମ କଥା ରଖି ୩ ଦିନରେ ପିଇଓ ଙ୍କୁ ପଠାଇ ନଳ କୂପର ସ୍ଥିତି ଅନୁଧ୍ୟାନ କରି ନଳକୂପ କୁ ସଫା କରି ଆଉ ୨ ଟି ପାଇପ ପକାଇବା ପରେ ଏବେ ଟିକରକଣ୍ଟୁଆ ଗ୍ରାମବାସୀ ନଳକୂପ ରୁ ପାଣି ପିଇ ପାରୁଛନ୍ତି । ଏଣୁ ଆମ ଅନୁରୋଧ ରକ୍ଷା କରିଥିରୁ ବିଡ଼ିଓ ସାରଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଏକ୍ସନ ପ୍ଲାନରେ ଟିକରକଣ୍ଟୁଆ ଗ୍ରାମ ପାଇଁ ଆଉ ଏକ ନୂତନ ନଳକୂପ ପାଇଁ ରଖାଯାଇଛି ପଇସା ଆସିଲେ ନୂଆ ନଳକୂପ ହେବ ବୋଲି ବିଡ଼ିଓ କହିଛନ୍ତି ।

related posts

Leave a Comment