Home Breaking News / ତାଜା ଖବର କରୋନା ପାଇଁ ଗାଁକୁ ଆସିଥିବା ପ୍ରବାସୀ ଗାଁରେ କଲେ ମନରେଗା କାମ

କରୋନା ପାଇଁ ଗାଁକୁ ଆସିଥିବା ପ୍ରବାସୀ ଗାଁରେ କଲେ ମନରେଗା କାମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ପଂଚାୟତରେ ବାହାରେ କାମ କରୁଥିବା ପ୍ରବାସୀ ଗାଁ କୁ ଆସି କାମ ବିନା ହାତ ବାନ୍ଧି ବସିଥିଲା ବେଳେ ପଞ୍ଚାୟତ ତରଫରୁ ମନରେଗା କାମ ଦିଆ ଯାଇଥିବାରୁ ପ୍ରବାସୀ ଖୁସି ବ୍ୟକ୍ତ କରିଛନ୍ତି ।କରୋନା ମହାମାରୀ ପାଇଁ ଲକ ଡାଉନ ସଟଡାଉନ ଭଳି ଅସମୟରେ ବହାରକୁ ଦାଦନ ଖଟିବାକୁ ଯାଇଥିବା ଗରିବ ଲୋକମାନେ କୋରନା ଭୟରେ ଏବେ ଗାଁରେ ରହୁଛନ୍ତି ।ଗାଁରେ ରହିବ। ଦ୍ୱାରା ସେମାନଙ୍କର ରୋଜଗାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି ।ଏହି ସମୟରେ ପଞ୍ଚାୟତ ତରଫରୁ ମନରେଗା ଯୋଜନାରେ ପାଞ୍ଚଟି ପୋଖରୀ ପଂଚାୟତ ବାସୀକୁ ପୋଖରୀ ଖୋଳାଇବା କାମ କରିବା ପାଇଁ ଦେଇଛନ୍ତି ।ସେହି ପୋଖରୀ ଗୁଡିକ ହେଲା କାଉଁସିନାଳୀ ନୁଆ ବନ୍ଧ,କେଦାର ଗୌରୀ ପୋଖରୀ,ଝରଣ ସଂଦ୍ଧ ପୋଖରୀ, କେନ୍ଦୁଖମଣ ପୋଖରୀ,କୁଦ୍ଧ କଟା ପୋଖରୀ । କୋରନା ସମୟରେ ଅଭାବ ଅନାଟନରେ ଥିବା ଲୋକମାନେ ରୋଜଗାର କରିବା ସାଙ୍ଗକୁ ଭଲରେ ଘର ଚଳାଇ ପାରୁଛନ୍ତି ।ଏଥିପାଇଁ ସରପଞ୍ଚ ଆନନ୍ଦ ପଧାନ ଓ ବ୍ଲକ ପ୍ରଶାସନ ଧନ୍ୟବାଦ ଜଣାଇଛନ୍ତି ପଞ୍ଚାୟତ ର ଲୋକମାନେ ।

related posts

Leave a Comment