Home Breaking News / ତାଜା ଖବର କାର ସହ ୭୮କେଜି ଗଂଜେଇ ଜବତ ୪ ଗିରଫ

କାର ସହ ୭୮କେଜି ଗଂଜେଇ ଜବତ ୪ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): କିଛି ଦିନ ପରେ ପୁଣି ଗଂଜେଇ ଚାଲାଣ ମାଫିଆ ମତିବାରେ ଦେଖାଦେଇଛି। ଲକ ଡାଉନ ପରେ ଟିକେ ଥମିଥିଲା ଏବେ ଆରମ୍ଭ ହୋଇଯାଇଛି ଗଂଜେଇ ଚାଲାଣ। ଆଜି ଅପରାହ୍ନ ବିଷମ କଟକ ପୋଲିସ ଚାଟିକନା ଛକ ରାଜ୍ୟ ରାଜପଥ ୫ ନିକଟରେ ଗାଡି ମଟର ଯାଞ୍ଚ ସମୟରେ ରାୟଗଡ ପଟୁ ଅତି ଦ୍ରୁତ ବେଗରେ ଏକଏମ ଏଚ ୦୪ ଇ ଏଚ ୩୬୬୨ ମରୁତି କାର ଆସୁଥିଲା କନେଷ୍ଟବଳ ମଧୁସୂଦନ ଶର୍ମା ସେହି ଗାଡିଟିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ ସେହି ସମୟରେ କାର ଆରୋହୀଙ୍କ ହାବ ଭାବ ରୁ ସନ୍ଦେହ ଜାତ ହେବାରୁ ଡିଜି କାଢି ଯାଞ୍ଚ କଲା ବେଳେକୁ ୨୬ କେଜିଆ ପକେଟ ଗୁଡିକ ବାହାରିଲା ତାକୁ ଖୋଲି ଦେଖିଲା ବେଳକୁ ତା ଭିତରେ ଗଂଜେଇ ଥିବା ଦେଖିବାକୁ ମିଳିଥିଲା। ଗାଡ଼ିରେ ବସିଥିବା ଅଣ ଓଡିଆ ଚାରିଜଣ ଭିତରେ ବସିଥିଲେ। ସେମାନେ ହେଲେ ଅମିତ କୁମାର ୟାଦବ,୨୫ ପିତା ରୁଦ୍ର ପ୍ରତାପ ଗ୍ରାମ ପୋଷ୍ଟ -ସବନ ଥାନା କେର୍କେଟ ଜିଲ୍ଲା ଜନପୁରୁ ଉତ୍ତରପ୍ରଦେଶ,ଦ୍ବିତୀୟ ବ୍ୟକ୍ତି ପିୟୁସ ରାୟ୨୪ ପିତା ରାଧେ ଶ୍ୟାମ ଗ୍ରାମ ଜନକୀପୁର ପୋଷ୍ଟ ମୋଧେ ସିୟା ଜିଲ୍ଲା ଆଜମ ଗଡ଼ ୟୁ.ପି ,ତୃତୀୟ ବ୍ୟକ୍ତି ପ୍ରମୋଦ ୟାଦବ ୩୮ପିତା ରାଜେନ୍ଦ୍ର ଗ୍ରାମ/ପୋ-ଭସ୍ରାଂନ୍ଦ୍ରପୁରମ ଜିଲ୍ଲା ଆଜମ ଗଡ଼ ୟୁ ପି ହୋଇ ଥିବା ବେଳେ ଅନ୍ୟ ଜଣକ ର ପରିଚୟ ପ୍ରଦାନ କରିନାହିଁ ପୋଲିସ। କେଶ ନମ୍ବର 7୭୩/୨୧ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଗୁଣୁପୁର ସ୍ୱତନ୍ତ୍ର ନ୍ୟାୟାଧୀଶ ଙ୍କ ଆଗରେ ହଜାର କରାଯାଇଛି ଜାମିନ ନାମଞ୍ଜୁର ହେବାପରେ ଜେଲ କୁ ପଠାଇ ଦିଆଯାଇଛି। ତଦନ୍ତ କରୁଥିବା ପୋଲିସ ଅଧିକାରୀ ଆଇ ଆଇ ସି ସୁବାଷ ଚନ୍ଦ୍ର କର୍କରା ତଦନ୍ତ ଚଳାଇଛନ୍ତି। ଏହା କେଉଁ ଠାକୁ ଯାଉ ଥୁଲା କେଉଁଠୁ ଆସୁଥିଲା ଏହା ପଛରେ କିଏ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଆଇ ଆଇ ସି କର୍କରା କହିଛନ୍ତି।

related posts

Leave a Comment