Home Breaking News / ତାଜା ଖବର ଜି ୭ ସମ୍ମିଳନୀରେ ‘ଏକ ବିଶ, ଏକ ସ୍ୱାସ୍ଥ୍ୟ’ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଜି ୭ ସମ୍ମିଳନୀରେ ‘ଏକ ବିଶ, ଏକ ସ୍ୱାସ୍ଥ୍ୟ’ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

‘ଭର୍ଚ୍ୟୁଆଲ୍ ମୋଡ୍‌’ରେ ଆୟୋଜିତ ଜି ୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାଭାଇରସ୍ ମହାମାରୀ ଦମନ ଲାଗି ବିଶ୍ବର ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି। ଏଥିପାଇଁ ‘ଏକ ବିଶ୍ବ, ଏକ ସ୍ବାସ୍ଥ୍ୟ’ ଭିତ୍ତିକ ଉଦ୍ୟମ ଲୋଡ଼ା ବୋଲି କହିବା ସହ ମହାମାରୀ ସଂଗ୍ରାମରେ ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ଉପରେ ଗୁରୁତ୍ବାରୋପ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ପ୍ରକାଶିତ ଏ ସଂକ୍ରାନ୍ତ ବିବୃତିରେ ଉଲ୍ଲେଖ ଅଛି ଯେ, ଭାରତରେ କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ସମୟରେ ସହାୟତା ପ୍ରଦାନ କରିଥିବା ଜି୭ ସଦସ୍ୟ ରାଷ୍ଟ୍ର ଓ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ‘ଭର୍ଚ୍ୟୁଆଲ୍ ମୋଡ୍‌’ରେ ଆୟୋଜିତ ପ୍ରଥମ ‘ଆଉଟ୍‌ରିଚ୍‌’ ଜି୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଭାରତ ଭଳି ଦେଶମାନଙ୍କରେ ଟିକା ଉତ୍ପାଦନ ବୃଦ୍ଧିରେ ସହଯୋଗ କରିବା ପାଇଁ କଞ୍ଚାମାଲ୍ ଓ ଉପକରଣ ଯୋଗାଣ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଦେଇଥିବା ଆହ୍ବାନକୁ ବ୍ୟାପକ ସମର୍ଥନ ମିଳିଥିବା କଥା ମଧ୍ୟ ଉକ୍ତ ବିବୃତିରେ ଉଲ୍ଲେଖ ଅଛି।
‘ବିଲ୍‌ଡିଙ୍ଗ୍ ବ୍ୟାକ୍ ଷ୍ଟ୍ରଙ୍ଗର୍‌- ହେଲ୍‌ଥ୍‌’ ବା ‘ମହାମାରୀତ୍ତୋର ସୁଦୃଢ଼ ସ୍ବାସ୍ଥ୍ୟ ବ୍ୟବସ୍ଥା’ ଶୀର୍ଷକ ଏହି ଅଧିବେଶନରେ ବୈଶ୍ବିକ ସ୍ବାସ୍ଥ୍ୟ ସୁଧାର ଏବଂ ଭବିଷ୍ୟତର ମହାମାରୀ ମୁକାବିଲା ସାମର୍ଥ୍ୟ ସୁଦୃଢ଼ କରାଯିବା ଉପରେ ଗୁରୁତ୍ବ ଦିଆଯାଇଥିଲା।
ଭାରତର ‘ସମଗ୍ର ସମାଜ’ ଆଭିମୁଖ୍ୟ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଯେ, କୋଭିଡ୍‌-୧୯ ସଂଗ୍ରାମରେ ଏହା ହେଉଛି ସରକାର, ଶିଳ୍ପ ଏବଂ ସାଧାରଣ ସମାଜର ସମନ୍ବିତ ଉଦ୍ୟମ।

related posts

Leave a Comment