Home Breaking News / ତାଜା ଖବର ଉତ୍ସାହୀ ଭୂମିକା ନେଉଥିବା ସୁଦର୍ଶନ ତ୍ରିପାଠୀଙ୍କ ପରଲୋକ

ଉତ୍ସାହୀ ଭୂମିକା ନେଉଥିବା ସୁଦର୍ଶନ ତ୍ରିପାଠୀଙ୍କ ପରଲୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ବିନୋଦ ନନ୍ଦ): ବଡମ୍ବା ଗୋପୀନାଥପୁର ଅଂଚଳର ସବୁ ସାମୁହିକ ଉତ୍ସବ କାର୍ଯ୍ୟକ୍ରମରେ ଉତ୍ସାହୀ ଭୂମିକା ନେଉଥିବା ସୁଦର୍ଶନ ତ୍ରିପାଠୀଙ୍କର ୮୨ ବର୍ଷ ବୟସରେ କାଲି ସଂଧ୍ୟାରେ ପରଲୋକ ହୋଇଯାଇଛି। ସେ ଅକ୍ଷୟ ତୃତୀୟା ପ୍ରଭୁ ସିଂହନାଥଙ୍କ ଉତ୍ସବ କମିଟି , ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ଠାରୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସାଂସ୍କୃତିକ , କ୍ରୀଡା , ଆଧ୍ୟାତ୍ମିକ ଅନୁଷ୍ଠାନ ସମ୍ପାଦକ ଦାୟିତ୍ୱ ସଫଳତାର ସହ ତୁଲେଇଛନ୍ତି । ଫୁଟବଲ ଆସୋସିଏସନ ଗୋପୀନାଥପୁରର ଉପଦେଷ୍ଟା ଭାବେ ଯୁବକ ମାନଙ୍କର ମଧ୍ୟ ସେ ସମ୍ମାନୀୟ ଥିଲେ ।

ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ତାଙ୍କ ବାସଭବନକୁ ଯାଇ ଗ୍ରାମବାସୀ, ସ୍ଥାନୀୟ ପୂର୍ବ ସରପଞ୍ଚ ଅମରେନ୍ଦ୍ର ଶତପଥୀ, ବର୍ତ୍ତମାନ ସରପଞ୍ଚ ଗୋବିନ୍ଦ ସାହୁ , ସମବାୟ ସମିତିର କର୍ମକର୍ତ୍ତା ଦୁଃଶାସନ ସାହୁ , ରାମେଶ ସାହୁଙ୍କ ଠାରୁ ଶାସନ ସାହି ର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସମବେଦନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

ତାଙ୍କ ବାସ ଭବନରୁ ଫେରିଲା ବେଳେ ତାଙ୍କ ପଡୋଶୀ ସମ୍ମାନୀୟ ଦାଶରଥି ଶତପଥୀ ଙ୍କ ମଧ୍ୟ ୮୩ ବର୍ଷରେ ବିୟୋଗ ଘଟିବା ଜାଣି ତାଙ୍କ ପୁତ୍ର ମାନଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଧାୟକ ଶ୍ରୀ ମିଶ୍ର |

related posts

Leave a Comment