Home Breaking News / ତାଜା ଖବର ଆମେରିକା ପର୍ଣ୍ଣଷ୍ଟାର ଡକୋଟା ସ୍କାଏଙ୍କ ସନ୍ଦେହଜନକ ମୃତ୍ୟୁ, ଅଜଣା ସ୍ଥାନରୁ ମିଳିଲା ମୃତଦେହ

ଆମେରିକା ପର୍ଣ୍ଣଷ୍ଟାର ଡକୋଟା ସ୍କାଏଙ୍କ ସନ୍ଦେହଜନକ ମୃତ୍ୟୁ, ଅଜଣା ସ୍ଥାନରୁ ମିଳିଲା ମୃତଦେହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆମେରିକାର ଜଣାଶୁଣା ପର୍ଣ୍ଣଷ୍ଟାର ଡକୋଟା ସ୍କାଏଙ୍କ ପରଲୋକ ଘଟିଛି । ଗତ ବୁଧବାର ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଲସ ଆଂଜେଲସ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ପର୍ଣ୍ଣଷ୍ଟାର ଡକୋଟା ସ୍କାଏଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ତାଙ୍କର ଶବକୁ ଲସଆଂଜଲେସ ପୋଲିସ ଉଦ୍ଧାର କରିଥିଲେ ମଧ୍ୟ କେଉଁଠାରୁ ଉଦ୍ଧାର କରିଛି କିଛି ସ୍ପଷ୍ଟ କରିନାହିଁ । ମୃତଦେହଟି ଡକୋଟା ସ୍କାଏଙ୍କର ବୋଲି ତାଙ୍କର ପତି ଚିହ୍ନଟ କରିଥିବା କୁହାଯାଇଛି । ମୃତ୍ୟୁର କାରଣ କିଛି ସ୍ପଷ୍ଟ ହୋଇନାହିଁ । ଡକୋଟାଙ୍କ ମୃତ୍ୟୁ ଜୁନ୍ ୯ ତାରିଖରେ ହୋଇଥିଲେ ମଧ୍ୟ ୧୦ ତାରିଖରେ ଏହି କଥା ସାମ୍ନାକୁ ଆସିଥିଲା । ଏହାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ ।
୨୦୧୩ ମସିହାରେ ପର୍ଣ୍ଣଷ୍ଟାର ଭାବେ ଅଭିନୟ ଆରମ୍ଭ କରିଥିଲେ ଡକୋଟା ସ୍କାଏ । ଏହା ମଧ୍ୟରେ ସେ ୩୦୦ରୁ ଅଧିକ ଫିଲ୍ମରେ କାମ ବି କରିଛନ୍ତି । ଗତ କିଛି ଦିନ ଧରି ସେ ମାନସିକ ଚାପରେ ରହି ଆସୁଥିବା ଜଣାପଡିଛି । ଜର୍ଜ ଫ୍ଲଏଡଙ୍କ ମୂର୍ତି ନିକଟରେ ଟପ୍ ଲେସ୍ ହୋଇ ସେ ଏକ ଫଟୋ ଉଠାଇ ତାକୁ ଇନଷ୍ଟାରେ ଅପଲୋଡ କରିଥିଲେ । ଏହାକୁ ନେଇ ସେ ଜୋରଦାର ଟ୍ରୋଲ ହୋଇଥିଲେ । ଏହାକୁ ନେଇ କିଛି ଲୋକ ତାଙ୍କୁ ହତ୍ୟା ଧମକ ବି ଦେଇଥିଲେ । ଏସବୁ ଭିତରେ ସେ ଗଭୀର ମାନସିକ ଯନ୍ତ୍ରଣାରେ ଥିଲେ ।
ଡକୋଟା ସ୍କାଏ ସମାଜରେ ସମସ୍ତଙ୍କୁ ସମାନ ହକ୍ ମିଳିବା ନେଇ ସଂଗ୍ରାମ ଜାରି ରଖିଥିଲେ । ତେବେ ତାଙ୍କର ଅନେକ ପ୍ରଶଂସକ ତାଙ୍କର ଏହି ଅଭିଯାନକୁ କିନ୍ତୁ ପସନ୍ଦ କରୁନଥିଲେ ।

related posts

Leave a Comment