Home Breaking News / ତାଜା ଖବର ୧୯ ତାରିଖ ଯାଏଁ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

୧୯ ତାରିଖ ଯାଏଁ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): କୋଭିଡ ସଂକ୍ରମଣର ସଂଖ୍ୟାକୁ ଦେଖି Contact Tracing ଓ ସ୍ୱାସ୍ଥ୍ୟ ସର୍ଭେଲାନ୍ସକୁ focused କରିବା ପାଇଁ ସ୍ଥାନୀୟ ପ୍ରଶାସନର ସୁପାରିସ ଭିତ୍ତିରେ ଆଠଗଡ଼ ଉପଜିଲ୍ଲାପାଳ ବଡ଼ମ୍ବା ଦିନିଆରୀ ପଞ୍ଚାୟତର ସିନ୍ଦୁରିଆ ଗାଁ ସଂଲଗ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଆଜି ସକାଳୁ ୧୯ ତାରିଖ ରାତି ଯାଏଁ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଗ୍ରାମବାସୀ ସୁବିଧା ଅସୁବିଧା ପାଇଁ ବିଡ଼ିଓ ସହାୟତା ଓ ଆଇନ ଶୃଙ୍ଖଳା ପାଇଁ ତହସିଲଦାର ଓ ମେଡିକାଲ ଟେଷ୍ଟିଂ ପାଇଁ ମେଡିକାଲ ଅଫିସର ମାଣିଆବନ୍ଧକୁ ଅଧିକାରୀ ଭାବେ ଘୋଷିତ କରିଛନ୍ତି ।

ଆଜି ବଡ଼ମ୍ବାର ଗୋପପୁର ଗ୍ରାମ ପଂଚାୟତ ର ନାରାୟଣପ୍ରସାଦ କଣ୍ଟେନମେଣ୍ଟ ଅଞ୍ଚଳ ରେ ଆଜି ତହସିଲଦାରଙ୍କ ଉପସ୍ଥିତିରେ ମେଡିକାଲ ଟିମ ଆଜି ୯୧ ଜଣଙ୍କ RTPCR ଟେଷ୍ଟିଂ କରିଛନ୍ତି। ଗ୍ରାମ୍ୟ କର୍ମକର୍ତ୍ତାଙ୍କୁ ଏ ସମ୍ପର୍କରେ ୨ଦିନ ତଳେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଅନୁରୋଧ କରିଥିଲେ । ସେମାନେ ସହଯୋଗ କରିଥିବାରୁ ବିଧାୟକ ମିଶ୍ର ସେମାନଙ୍କୁ ଧନ୍ୟବାଦ ଦେଉଛନ୍ତି

ଆଜି ନରସିଂହପୁର ଓ ବଡମ୍ବାର ସର୍ଵମୋଟ ସାତଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ରଜପର୍ବ ଯୋଗୁଁ ୨/୩ ଦିନ ଟେଷ୍ଟିଂ ଆଶାନୁରୂପ ନ ହୋଇ ପାରେ କିନ୍ତୁ ଏହାକୁ Indicator ନ ଭାବି ଗ୍ରାମବାସୀ ରଜପର୍ବକୁ ସଂଜମତାର ସହିତ ପିଲାଙ୍କୁ ବୁଝାଇ ପାଳନ କରିବାକୁ ଅନୁରୋଧ କରିଛନ୍ତି ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର |

ଆଜି ବଡମ୍ବାର Home Isolation ରେ ଥିବା କଣ୍ଢା ଗ୍ରାମର ଜଣେ ବ୍ୟକ୍ତିଙ୍କ Oxygen Saturation Level କମ୍ ହେବାରୁ ଅଶ୍ୱିନ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ବଡମ୍ବା କୋଭିଡ କେୟାର ସେଣ୍ଟରରୁ ୨ଜଣଙ୍କୁ କୋଭିଡ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।

related posts

Leave a Comment