Home Breaking News / ତାଜା ଖବର କରୋନା କାଳରେ କାମାକ୍ଷାନଗର ଅଞ୍ଚଳରେ ଚୋରା ମଦର ବନ୍ୟା: ଚେଇଁ ଶୋଇଛି ଅବକାରୀ ବିଭାଗ

କରୋନା କାଳରେ କାମାକ୍ଷାନଗର ଅଞ୍ଚଳରେ ଚୋରା ମଦର ବନ୍ୟା: ଚେଇଁ ଶୋଇଛି ଅବକାରୀ ବିଭାଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଅବାଧ ଚୋରା ମଦ କାରବାର ଏବେ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ସାଜିଛି।ମଦ ଯୋଗୁ ଗଣ୍ଡଗୋଳ,ଅସାମାଜିକ କାର୍ଯ୍ୟ ବଢୁଛି ।ଚୋରା ମଦ ବ୍ୟବସାୟୀ ମାନେ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତାର ଫାଇଦା ନେଉଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।ଅନ୍ୟପଟେ ବିଭିନ୍ନ ସାମାଜିକ ଅନୁଷ୍ଠାନ,ମହିଳା ଗୋଷ୍ଠୀ ମଦ ବିକ୍ରିକୁ ବିରୋଧ କଲେ ଧମକ ମିଳୁଛି ଆଉ ଏହି ଲକଡାଉନ ସମୟରେ ବନ୍ଦର ଡର ନାହିଁ ତେଣୁ ବେପାର କରିବାରେ କିଛି ଅସୁବିଧା ନାହିଁ ମଦ ବେପାରୀ ମାନଙ୍କୁ ।ଏବେ ନିଶା କାରବାର ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ମଧ୍ୟ ଶିଥିଳ ପଡିଯାଇଛି ଲକଡାଉନ ପାଇଁ । ଅଞ୍ଚଳରେ ମଦ କାରବାର ନୂଆ କଥା ନୁହେଁ ।ମଦ ପାଇଁ ପରିବାରରେ ହଜିଯାଉଛି ସୁଖଶାନ୍ତି।ଗଣ୍ଡଗୋଳ ନିତିଦିନିଆ ଘଟଣା ହୋଇଛି।କାମାକ୍ଷାନଗର, କଙ୍କଡାହାଡ,ଭୂବନ ଓ ପରଜଙ୍ଗ ଅଞ୍ଚଳରେ ବେନିୟମ ଭାବେ ମଦ ମହଜୁଦ ରହିଛି ନାହିତ ନକଲି ଦେଶୀ ଆଉ ବିଦେଶୀ ମଦ ର ବନ୍ୟା ଚାଲିଛି ।ବିଭାଗୀୟ ଅଧିକାରୀ ମାନେ ମାସିକିଆ ହାତଗୁଞ୍ଚା ନେଇ ଏପରି କାର୍ଯ୍ୟରେ ସହାୟତା କରୁଥିବା ଅନୁମାନ କରାଯାଏ । ମଦ ବିକ୍ରୀକୁ ବିରୋଧ କରୁଥିବା ପ୍ରତିବାଦକାରୀଙ୍କୁ ମଦ୍ୟପମାନଙ୍କ ଦ୍ବାରା ଗାଳିଗୁଲଜ କରାଯାଉଛି ।

related posts

Leave a Comment