Home Breaking News / ତାଜା ଖବର ହୋଟେଲରୁ ସେକ୍ସ ରାକେଟ ଠାବ

ହୋଟେଲରୁ ସେକ୍ସ ରାକେଟ ଠାବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): କଟକ କଲେଜ ଛକ ଅମ୍ବିକା ରେସିଡେନ୍ସିରେ ମାଲଗୋଦାମ ପୋଲିସ ଚଢ଼ାଉ କରି ଏକ ସେକ୍ସ ରାକେଟ ଠାବ କରିଛି। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲା। ରେଡ଼ରେ ପୋଲିସ ଜଣେ ଦେହଜୀବୀ ସହିତ ସେକ୍ସ ରାକେଟ ଚଳାଉଥିବା ଜଣେ ମହିଳା କୀଙ୍ଗ ପିନ ଓ ଜଣେ ଗ୍ରାହକଙ୍କ ସହିତ ହୋଟେଲ ମ୍ୟାନେଜରକୁ ଅଟକ ରଖିଛି। ହୋଟେଲର ୨୦୫ ନଂ ରୁମରେ ଦେହୀଜୀବୀ ଓ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ ପାଇଥିଲା ପୋଲିସ। ସେମାନଙ୍କ ନିକଟରୁ ତିନୋଟି ମୋବାଇଲ ସହିତ ଆପତ୍ତିଜନକଁ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି। ତେବେ ହୋଟେଲରେ ଗ୍ରାହକ ଥିଲେ ମଧ୍ୟ ରେଜିଷ୍ଟ୍ରରରେ କୌଣସି ଏଣ୍ଟ୍ରି ହୋଇନଥିବା ପୋଲିସ ସୂଚନା ଦେଇଛି। କୋଭିଡକୁ ନେଇ ସପ୍ତାହନ୍ତ ଲକଡାଉନ ଚାଲିଥିବା ବେଳେ ହୋଟେଲରେ ଏପରି ସେକ୍ସ ରାକେଟ ଚାଲିବା ସହରବାସୀଙ୍କୁ ବେଶ ଚକିତ କରିଛି।

related posts

Leave a Comment