Home Breaking News / ତାଜା ଖବର ନିଜେ ଆଇନକୁ ମାନୁନାହାନ୍ତି: ହେଲେ ଅନ୍ୟମାନଙ୍କ ଫାଇନ କାଟୁଛନ୍ତି ଆରଆଇ

ନିଜେ ଆଇନକୁ ମାନୁନାହାନ୍ତି: ହେଲେ ଅନ୍ୟମାନଙ୍କ ଫାଇନ କାଟୁଛନ୍ତି ଆରଆଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ନିଜେ ଆଇନକୁ ମାନୁନାହାଁନ୍ତି ହେଲେ ପ୍ରତିଦିନ ଅନ୍ୟମାନଙ୍କ ର ଫାଇନ କାଟୁଛନ୍ତି ଏହି ଆରଆଇ ଜଣଙ୍କ। ସେ ନିଜେ ମୁହଁରେ ମାସ୍କ ଲଗାଇ ନାହଁ।ନ୍ତି ହେଲେ ରାସ୍ତା ଉପରେ ମାସ୍କ ପିନ୍ଧିନ ଥିବା ଓ ମୁହଁରୁ ମାସ୍କ ଖସାଇ ଯିବା ଆସିବା କରୁଥିବା ଲୋକଙ୍କୁ ଅଟକାଇ ଚାଲାଣ କାଟୁଛନ୍ତି ଆଉ ମାସ୍କ ପିନ୍ଧିବା ଲାଗି କୁଆଡ଼େ ତାଗିଦ ବି କରୁଛନ୍ତି । ହେଲେ ଆରଆଇ ନିଜେ ନପିନ୍ଧିବା ଫଳରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆଇନସମସ୍ତଙ୍କ ପାଇଁ ସମାନ ଏଣୁ ତାଙ୍କର ମଧ୍ୟ ବିଭାଗୀୟ ଉଚ୍ଚ କତୃପକ୍ଷ ଫାଇନ ଆଦାୟ କରିବା ଲାଗି ଦାବୀ କରିଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କ’ନୁଆଗାଁ ତହସିଲ ଅନ୍ତର୍ଗତ ବଣ୍ଡ ଗୁଡ଼ା ଅ।ରଆଇଙ୍କ ବିରୁଦ୍ଧରେ ।
ଆରଆଇ ମାସ୍କ ନ ପିନ୍ଧି ରାସ୍ତାରେ ଅନ୍ୟ କୋଭିଡ଼ ୧୯ ଆଇନ ଉଲଙ୍ଘନ କIରିଙ୍କ ଫାଇନ କାଟିବା ବେଳେ ଲୋକେ ଏହା ର ବିରୋଧ କରିଥିଲେ ହେଲେ ମୁଁ ତମମାନଙ୍କର ଫାଇନ କାଟିବି ମୋର କିଏ କାଟିବ? ମୁଁ ପିନ୍ଧିଲି କି ନ ପିନ୍ଧିଲି ତମେ ପଚାରିବାକୁ ମତେ କିଏ? ବୋଲି କୁ ଆଡେ ଧମକାଇଥିଲେ।
ଫଳରେ କେହି ଫଟୋ ଉଠାଇ ତାକୁ ସୋସିଅ।ଲ ମିଡ଼ିଆରେ ଭାଇରାଲ କରିବା ଦେଖିବାକୁ ମିଳିଛି ।
ଏହି ଆରଆଇଙ୍କ ବିରୁଦ୍ଧରେ ଜିଲ୍ଲାପାଳ ବିଧିବଦ୍ଧ ତଦନ୍ତ କରି ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।
ଏନେଇ ବିଭାଗର ଜଣେ ବରୀଷ୍ଠ ଅଧିକାରୀଙ୍କୁ ପଚାରିବାରେ ସେ ସମସ୍ତେ କରୋନାକଟକଣା ଆଇନ ମାନିବା କୁପଡିବ ସେ ସାଧାରଣ ଲୋକ ହୁଅନ୍ତୁ ଅବା ସରକାରି ଅଧିକାରୀ ଆଇନସମସ୍ତଙ୍କ ପାଇଂ ସମାନ ବୋଲି କହିବା ସହ ଆରଆଇ ମାସ୍କ ପିନ୍ଧି ନ ଥିବା ନେଇଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରୀଷ୍ଟ ଅଧିକାରିଜଣଙ୍କ କହିଛନ୍ତି ।

related posts

Leave a Comment