Home Breaking News / ତାଜା ଖବର ବେଆଇନ ରନ୍ଧା ମଦ ଚୋରା ଚାଲାଣ: ଯୁବକ ଗିରଫ କାର ଜବତ

ବେଆଇନ ରନ୍ଧା ମଦ ଚୋରା ଚାଲାଣ: ଯୁବକ ଗିରଫ କାର ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାନପୁର ଛକ ଦେଇ ବିନିକା ପଟକୁ ରନ୍ଧା ମଦ ଚୋରା ଚାଲାଣ ହେଉଥିବା ବେଳେ ଶନିବାର ଉଲୁଣ୍ଡା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ  ବିପୁଳ ମାତ୍ରାରେ ରନ୍ଧା ମଦ ଏବଂ ଏକ ଇଂଡିକା କାର ଯବତ କରିଛି। ଗିରଫ ଯୁବକ ଜଣକ ହେଲେ ଆଖିଦାଦର ଗାଁର ଲମ୍ବୋଦର ବେହେରା। ମିଳିତ ସୁଚନା ମୁତାବକ ଶନିବାର ସକାଳ  ସମୟରେ ଉଲୁଣ୍ଡା ଝାରବାହାଲି ଅଞ୍ଚଳରୁ ଏକ ଇଂଡିକା କାର (ଓଆର ୧୫ ଆର ୫୦୭୫) ଯୋଗେ ବିପୁଳ ମାତ୍ରାରେ ରନ୍ଧା 235ଲିଟର ରନ୍ଧା  ମଦ ଆଖିଦାଦର ଗାଁକୁ ନେଉଥିଲେ। କୌଣସି ସୁତ୍ରରୁ ଖବର ପାଇ ଉଲୁଣ୍ଡା ଥାନା ଆଇଆଇସି ଚନ୍ଦ୍ରମୋହନ ସିଂ ଏବଂ ଏସଆଇ ଟଙ୍କଧର ଛତ୍ରୀଆ ସମେତ ଅନ୍ଯାନ୍ଯ ପୁଲିସ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ଜଣେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ଯଜଣେ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି। ଅନ୍ଯପଟେ ରନ୍ଧା ମଦ ସମେତ ମଦ ନେଉଥିବା ଗାଡିକୁ ଗାଡିକୁ ଜବତ୍ କରି ଉଲୁଣ୍ଡା ଥାନାକୁ ନିଆଯାଇଛି । ଏବଂ ଗିରଫ ଅଭିଯୁକ୍ତ ଲମ୍ବୋଦରକୁ  ପୋଲିସ ପକ୍ଷରୁ ଏକ ମାମଲା (୮୬ କେସ ନମ୍ବର) ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସହ ପୋଲିସ ପକ୍ଷରୁ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

related posts

Leave a Comment