Home Breaking News / ତାଜା ଖବର ଓଡିଶା ପୋଲିସରେ ୨୪୪ କନଷ୍ଟେବଳ(ଯୋଗାଯୋଗ) ପଦବୀ ପାଇଁ ବିଜ୍ଞପ୍ତି

ଓଡିଶା ପୋଲିସରେ ୨୪୪ କନଷ୍ଟେବଳ(ଯୋଗାଯୋଗ) ପଦବୀ ପାଇଁ ବିଜ୍ଞପ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଓଡିଶା ପୋଲିସରେ ଓଡିଶା ପୋଲିସରେ ୨୮୪ କନଷ୍ଟେବଳ(ଯୋଗାଯୋଗ) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ଗୁଡିକ ଠିକା ଚୁକ୍ତି ଭିତିରେ ପୂରଣ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଏଥିପାଇଁ ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଏବଂ ୧.୧.୨୦୨୧ ସୁଦ୍ଧା ୨୩ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଏହି ପଦବୀ ଗୁଡିକ ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କିଂବା ତା ସମତୁଲ ଯୋଗ୍ୟତା ହୋଇଥିବା ଆବଶ୍ୟକ ।
ଆସନ୍ତୁ ଜାଣିବା କେଉଁ ବର୍ଗଙ୍କ ପାଇଁ କେତେ ପୋଷ୍ଟ ବାହାରିଛି

  • ସାଧାରଣ ବର୍ଗଙ୍କ ପାଇଁ ୧୧୨ ( ମହିଳା ୩୭)
  • ଏସଟି ବର୍ଗଙ୍କ ପାଇଁ ୬୭ ( ମହିଳା ୨୨)
    -ଏସସି ବର୍ଗଙ୍କ ପାଇଁ ୪୨ ( ମହିଳା ୧୪)
    -ଏସଇବିସି ବର୍ଗଙ୍କ ପାଇଁ ୨୩ ( ମହିଳା ୮ )
    -ଏକ୍ସ ସର୍ଭିସ ମ୍ୟାନ ୭
  • ଦିବ୍ୟାଙ୍ଗ ୨୪ ( ମହିଳା ୬)
    -ଗ୍ରୁପ ଡି ୧୦ ( ମହିଳା ୩)
  • କ୍ରୀଡା ବିତ ୨ ( ମହିଳା ୧)
    ଅନଲାଇନରେ ଆବେଦନ ଆରମ୍ଭ ତାରିଖ- ୨୨-୦୬-୨୦୨୧ ( ଦିନ ୯ଟାରୁ)
    ଅନଲାଇନରେ ଆବେଦନ ଶେଷ ତାରିଖ- ୧୫-୦୭-୨୦୨୧ (ରାତି ୧୧ଟା୫୯ ମିନିଟ୍‌)
    ପ୍ରାର୍ଥୀ ମାନଙ୍କୁ ୭ ମିନିଟରେ ୧.୬ କିମି ଦୂରତା ଦୌଡିବାକୁ ହେବ । ମହିଳାଙ୍କ ପାଇଁ ଏହି ସମୟ ୯ ମିନିଟ୍ ରଖାଯାଇଛି । ସମସ୍ତ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଅନଲାଇନରେ ଆବେଦନର ଶେଷ ତାରିଖ ହେଉଛି ଜୁଲାଇ ୧୫ ତାରିଖ । ଏହି ସମସ୍ତ ନିଯୁକ୍ତି ଠିକା ଭିତିରେ କରାଯିବ ବୋଲି ଓଡିଶା ପୋଲିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

related posts

Leave a Comment