Home Breaking News / ତାଜା ଖବର ଅମାନବୀୟ: ମାକୁ ପିଟି ଘରୁ ତଡ଼ିଦେଲା ପୁଅ

ଅମାନବୀୟ: ମାକୁ ପିଟି ଘରୁ ତଡ଼ିଦେଲା ପୁଅ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମି ଳିଛି । ନିଜର ଜନ୍ମ କଲା ପୁଅ ଯାହାକୁ କି ୧୦ ମାସ ଗର୍ଭରେ ରଖି ଜ ନ୍କ କରି ଛୋଟରୁ ବଡ଼ କରିଥିଲା। ପୁଅ ହୋଇଥିଲା ବୋଲି ସେତେବେଳେ ଗର୍ବ ମ୍ଧ୍ଯ କରିଥିଲା । ପୁଅ ବଡ଼ ହେଲେ ତାର ସାହାରା ପାଲଟିବ। ସେବା କରିବ ବୋଲି । ହେଲେ ସେହି ପୁଅ ଆଜି ତାର ବୁଢୀ ବୟସରେ ମାଡ଼ ମାରି ଲହୁ ଲୁହାଣ କରି ଘରୁ ପଦାକୁ ତଡିଦେଲା । ଫଳରେ ବୁଢୀ ମାଟି କାନ୍ଦି କାନ୍ଦି ବାଲିଗୁଡ଼ା ଥା ନାର ଦ୍ଵ।ରସ୍ତ ହେବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଥାନାରେ ଜଣାଇବା ପରେ ପୋଲିସ ମାମଲା ରୁଜୁ କରିବା ସହ ଅସୁସ୍ଥ ମାକୁ ଡାକ୍ତରଖାନା ନେଇ ଚିକିତ୍ସା କରିବାପରେ ନିଜ ଘରେ ନେଇ ଛାଡିଥିଲେ ଥାନା ଅଧିକାରୀ ବାବା ଶଙ୍କର ସରାଫ।
ଆଉ ମାଡ଼ମାରି ଘରୁ ତଡ଼ିଥିବା ପୁଅ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସରାଫକହିଛନ୍ତି ।

related posts

Leave a Comment