Home Breaking News / ତାଜା ଖବର ଗଛରୁ ପଡି ଯୁବକର ମୃତ୍ୟୁ: ପରିବାର ହତାଶ

ଗଛରୁ ପଡି ଯୁବକର ମୃତ୍ୟୁ: ପରିବାର ହତାଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ଅନ୍ତର୍ଗତ ଜାମୁଗୁଡା ଗ୍ରାମରେ ଘଟିଯାଇଛିଦୁଃଖଦ ଘଟଣା। ଗତ କାଲି ସନ୍ଧ୍ୟା ସମୟରେ ସିକରପାଇ ଗ୍ରାମର ନଦୀ ସାହିରେ ରଘୁଫ ବଗରିଆ ନାମକ ଲୋକଙ୍କ ସଲପ ଗଛ ଚଢି ସଲପ ମଦ ତଳକୁ ଓହ୍ଲାଇବା ସମୟରେ ଗୋଡ ଖସି ଯାଇଥିଲା ତେଣୁ ଘଟଣା ସ୍ଥଳରେ ପଡି ଯାଇ ଥିଲା ଯୁବକଟି ଅଳ୍ପ ଜିବନ ଥିବା ଅବସ୍ଥାରେ ରାୟଗଡ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୁତକ ଙ୍କ ନାମ ସଦରାମ କୁଲୁସିକା 32 ପିତା କାଳିଆ କୁଲୁସିକା ଗ୍ରାମ ଜାମୁଗୁଡା ବୋଲି ଜଣା ପଡ଼ିଛି। ତାଙ୍କର ତିନି ସନ୍ତାନ ଓ ପତ୍ନୀ ଅଛନ୍ତି, ସମସ୍ତେ ଛୋଟ ପିଲା ଅଟନ୍ତି I ପରିବାରର ଜଣେ ମାତ୍ର ସନ୍ତାନ ଏଥି ପୂର୍ବରୁ ସଦରାମର ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିଲା ବାପା ମା ଓ ପତ୍ନୀ ପିଲାମାନେ ଅନାଥ ହୋଇଗଲେ ବୋଲି ପିତା ମାତା ମୁଣ୍ଡ ପିଟି କାନ୍ଦୁ ଥୁଲେ। ଗତ କାଲି ଆଉ ଶବକୁ ଆଣିବା ସୁବିଧା ହେଇ ପାରିନଥିଲା କାରଣ ଭୀଷଣ ବର୍ଷା ସାଙ୍ଗକୁ ଗାଡି ଘୋଡା ର ସୁବିଧା ହୋଇ ପାରିନଥିଲା। ସକାଳୁ ପୋଲିସ ଆସି ସବ ବ୍ୟବଛେଦ କରି ପରିବାର ଲୋକେ ଙ୍କୁ ହସ୍ତାନ୍ତର କଲାପରେ ସଂସ୍କାର କର୍ମ କରାଗଲା। ପରିବାରର ଦୁର୍ଦଶା ଦେଖି ଯେ କେହିବି ଦୁଃଖ କରିବ ତେଣୁ ଏହି ବିପଦ ସମୟରେ ସରକାରଙ୍କ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି।

related posts

Leave a Comment