Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟିତ

କଙ୍କଡାହାଡ଼ ବ୍ଲକରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କଙ୍କଡାହାଡ଼ ବ୍ଲକ ର ଜନସାଧାରଣ ଙ୍କ କୋଭିଡ ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ଗତ ସମସ୍ୟା ଦୃଷ୍ଟିରୁ କଙ୍କଡାହାଡ଼ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ, କନ୍ଧରା ଠାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଡ଼ଘାଟିତ ହେଇଅଛି ।ଉଦଘାଟନ କରିଥିଲେ ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ଖଗେଶ୍ୱର ପାତ୍ର ।ଉପସ୍ଥିତ ଥିଲେ ତହସିଲଦାର ରମେଶ କୁମାର ଜେନା,ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ ଜେନା,ଡାକ୍ତର ଅରୁଣ ସାହୁ,ଡାକ୍ତର ପ୍ରଶାନ୍ତ କର,ବିପିଏମ ଲିଙ୍ଗରାଜ ମହାପାତ୍ର ।କୋଭିଡ ରେ ସଂକ୍ରମଣ ହେଲେ ଏଠାରେ ରହିବା ସହିତ ଖାଇବା,ମେଡ଼ିସିନ ,ଅସ୍କିଜେନ ବ୍ୟବସ୍ଥା ଅଛି ।ଏହି କେୟାର ରେ ଡାକ୍ତର,ନର୍ସ,ସିକ୍ୟୁରିଟ ରହିବେ ।ଯେଉଁ ମାନେ କୋଭିଡ ଜନିତ ସଂକ୍ରମଣ ହେଇଛନ୍ତି ତୁରନ୍ତ ଆମ୍ବୁଲାନ୍ସ ଦ୍ୱାରା କୋଭିଡ କେୟାର ସେଣ୍ଟର କୁ ଆଣାଯାଇ ଚିକିତ୍ସା କରାଯିବ।କଙ୍କଡାହାଡ଼ ବ୍ଲକ ଜନସାଧାରଣ ଙ୍କ ତରଫରୁ ଦୀର୍ଘ ଦିନ ହେଲାଣି କୋଭିଡ କେୟାର ସେଣ୍ଟର କରାଯିବ ପାଇଁ ଦାବି ହେଇ ଆସୁଥିଲା ଆଜି ଏହି ସେଣ୍ଟର ଉଦଘାଟନ ହେଇଥିବାରୁ କଙ୍କଡାହାଡ଼ ବ୍ଲକର ଜନସାଧାରଣ ଜିଲ୍ଲା ପ୍ରଶାସନ ଓ କଙ୍କଡାହାଡ଼ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଦେଇଛନ୍ତି ।

related posts

Leave a Comment