Home Breaking News / ତାଜା ଖବର ବଡ଼ମ୍ବାରୁ ୧୩ କୋଭିଡ ପଜିଟିଭ

ବଡ଼ମ୍ବାରୁ ୧୩ କୋଭିଡ ପଜିଟିଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ନରସିଂହପୁର ରୁ ୧୯ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବଡ଼ମ୍ବାରୁ ୧୩ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ଼ମ୍ବାର ସିନ୍ଦୁରିଆ ଓ ସଂଲଗ୍ନ ନୂଆପଡ଼ା ଯାଏଁ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ତାକୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ କରିବା ପାଇଁ ପ୍ରଶାସନ ସୁପାରିଶ କରିଛି ବୋଲି ଜଣାଯାଏ ।

ବଡ଼ମ୍ବାର ଗୁହାଳସାହି ରୁ ୭ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାକି କେଶାବେରେଣିରୁ ୨ଜଣ, ମାଣିଆବନ୍ଧ, ଗୋପୀନାଥପୁର ପ୍ରଭୃତି ଗାଁ ରୁ ଚିହ୍ନଟ ହୋଇଛନ୍ତି ।

ନରସିଂହପୁର ର ଚମ୍ପେଶ୍ୱର, ଯୋଡୁମ, ପାଇକପଡାପାଟଣା, ବସନ୍ତପୁର ରୁ ୨ ଜଣ ଲେଖାଏଁ , ସାଗର ରୁ ୩ ଜଣ , ଗୋପାଳପୁର , ବାଲିଝରୀ, ଅଲରା, ଜାନିସାହି, କାନପୁର, ଶରଧାପୁର ପ୍ରଭୃତି ଗାଁ ରୁ ଚିହ୍ନଟ ହୋଇଛନ୍ତି ।

related posts

Leave a Comment