Home Breaking News / ତାଜା ଖବର ସମବାୟ ସମିତି କର୍ମକର୍ତ୍ତା ଓ ପଦାଧିକାରୀଙ୍କ ସହ ବିଧାୟକ ଦେବୀ ମିଶ୍ରଙ୍କ ଆଲୋଚନା

ସମବାୟ ସମିତି କର୍ମକର୍ତ୍ତା ଓ ପଦାଧିକାରୀଙ୍କ ସହ ବିଧାୟକ ଦେବୀ ମିଶ୍ରଙ୍କ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର :(ବିନୋଦ ନନ୍ଦ ) ବଡ଼ମ୍ବା ନରସିଂହପୁରରେ ୧୧୦୦ କ୍ୱିଣ୍ଟାଲରୁ ଅଧିକ ବିହନ ଚାଷୀଙ୍କ ପାଇଁ ଦିଆଯାଇଛି । ବିହନ ବଣ୍ଟନ ଓ ସାର ସମ୍ପର୍କରେ ବଡ଼ମ୍ବା ନରସିଂହପୁରର ୩୯ ସମବାୟ ସମିତି କର୍ମକର୍ତ୍ତା ଓ ପଦାଧିକାରୀଙ୍କ ସହ ବିଧାୟକ ଦେବୀ ମିଶ୍ରଙ୍କ ଆଲୋଚନା :

ଆଜି ପୂର୍ବାହ୍ନରେ ବଡ଼ମ୍ବାର ୨୧ ଓ ନରସିଂହପୁରର ୧୮ ପ୍ରାଥମିକ ସମବାୟ ସମିତିର ସମ୍ପାଦକ, ପୂର୍ବସଭାପତି, ନିର୍ଦ୍ଦେଶକ, ଅଗ୍ରଣୀ ଚାଷୀଙ୍କ ସହ ବିଧାୟକ ଦେବୀ ମିଶ୍ର,ଭର୍ଚୁଆଲ ମୋଡ଼ରେ ଆଠଗଡ଼ ସହକାରୀ ନିବନ୍ଧକ , ଉଭୟ ବ୍ଲକର କୃଷି ଅଧିକାରୀ ଓ ସମ୍ପୃକ୍ତ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ପ୍ରାୟ ୫୧ ଜଣ ଏଥିରେ ଅଂଶଗ୍ରହଣ କରିଥିଲେ ।

ଗତବର୍ଷ ନରସିଂହପୁରର ୧୮ଟି ସୋସାଇଟି ଜରିଆରେ ଖରିଫ ପାଇଁ ୪୮୨ କ୍ୱିଣ୍ଟାଲ ଓ ବଡ଼ମ୍ବାରେ ୨୧ଟି ସୋସାଇଟି ଜରିଆରେ ୪୬୮ କ୍ୱିଣ୍ଟାଲ ଧାନ ବିହନ ଚାଷୀମାନେ କିଣିଥିବା ବେଳେ ଚଳିତବର୍ଷ ଯଥାକ୍ରମେ ୫୫୧ କ୍ୱିଣ୍ଟାଲ ଓ ୫୫୦ କ୍ୱିଣ୍ଟାଲ ଧାନ ବିହନ ଯୋଗାଇ ଦିଆଯାଇଛି । ସାର ସମ୍ପର୍କରେ ଆବଶ୍ୟକତାକୁ ସୋସାଇଟି ମାନେ ଦେଇଥିବା ଆକଳନ ଅନୁସାରେ ଯୋଗାଣ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନେବା ପାଇଁ ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ମିଶ୍ର |ଧନିଚା ବିହନ ଓ ଛୋଟ ଧାନ ବିହନ ଠିକଣା ସମୟରେ ନ ପହଁଚିଥିବା କେତକ ଚାଷୀ ଉଲ୍ଲେଖ କଲାବେଳେ ନାଲି ସ୍ୱର୍ଣ୍ଣ ବିହନ ବଦଳରେ ଧଳା ବିହନ କେତେକ ପରିମାଣରେ ଯୋଗାଣ ହୋଇଥିବାରୁ ଚାଷୀମାନେ ଅମଙ୍ଗ ହେବା,୩ଟି ସୋସାଇଟି ସେକ୍ରେଟାରୀ କହିବା ପରେ କୃଷି ଅଧିକାରୀମାନେ ଏଥିରେ ଚାଷୀ ଅମଳ ହରେଇବାର ଆଶଙ୍କା ନାହିଁ ଉଲ୍ଲେଖ କରିବାରୁ ସେ ଅଞ୍ଚଳରେ ଚାଷୀଙ୍କୁ ବୁଝାଇବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ |

ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଙ୍କ ସହ ପୂର୍ବ ନିର୍ଦ୍ଦେଶକ ମାନେ ସେମାନଙ୍କର ମତ ଦେଇଥିଲେ ।

related posts

Leave a Comment