Share with
କାମାକ୍ଷାନଗର(ନବକିଶୋର ସାହୁ): କରୋନା ମହାମାରୀ ବିଶ୍ୱରେ ନିଜର କାୟା ବିସ୍ତାର କରୁଥିବା ବେଳେ ଅକ୍ସୀଜେନ ପାଇଁ ଅନେକ ଲୋକଙ୍କର ଜୀବନ ଯାଉଛି ।ଆଗକୁ ଏଭଳିଆ କିପରି ହେବନାହିଁ ସେଥିପାଇଁ ଢେଙ୍କାନାଳ ଜିଲା କାମାକ୍ଷାନଗରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପିପୁଲ ଫର ସ୍ମାଇଲ ତରଫରୁ ଢେଙ୍କାନାଳ ଜିଲ୍ଲାର ବଜରଙ୍ଗ କ୍ଲବ ସହଯୋଗରେ ନିଶ୍ଲୋକ ଅକ୍ସୀଜେନ ସେବା ଆରମ୍ଭ କରିଛନ୍ତି ।ଆଜି କ।ମାକ୍ଷାନଗର ନୂଆଁ କଲ୍ୟାଣ ମଣ୍ଡପ ଠାରେ ଥାନା ଅଧିକାରୀ ସୁନୀଲ କୁମାର କର ମୁଖ୍ୟ ଅତିଥି ଭାବରେ ରହି ଏହାକୁ ଉଦଘାଟନ କରିଥିଲେ ।ଅନ୍ୟତମ ଅତିଥି ଭାବରେ କାନପୁରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ, ବଜରଙ୍ଗ କ୍ଲବର ସଭାପତି ଅମରେନ୍ଦ୍ର ସାମଲ,ସଭ୍ୟ ସନ୍ଦୀପ ଷଡଙ୍ଗୀ,ରବୀନ୍ଦ୍ର ସୋନି,ରେକୁଳା ହାଡ଼ ଯୋଡ଼ା କେନ୍ଦ୍ର ବୈଦ୍ୟରାଜ ସର୍ବେଶ୍ୱର ପାତ୍ର,ପିପୁଲ ଫର ସ୍ମାଇଲ ତରଫରୁ ଦେବିଦତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।