Home Breaking News / ତାଜା ଖବର କରୋନା ମହାମାରି ସମୟରେ ସହାୟତାର ହାତ ବଢାଇଲା କନ୍ଧମାଳ କଳାବିକାଶ କେନ୍ଦ୍ର

କରୋନା ମହାମାରି ସମୟରେ ସହାୟତାର ହାତ ବଢାଇଲା କନ୍ଧମାଳ କଳାବିକାଶ କେନ୍ଦ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ବିଶ୍ଵ ମହାମାରୀ କରୋନାର କରାଳ ଛlୟରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଦୀର୍ଘ ତେଢ଼ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ସମସ୍ତଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି। ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର l
ମୁଁହ ରେ ରଙ୍ଗ ମାରି ମ6ନ।ରଞ୍ଜନ ର ଖୋରାକ ଯୋଗାଇ ବା ସହିତ ସମାଜକୁ ଦିଗ ଦର୍ଶନ ଓ ସଚେତନତା ର ବାର୍ତ୍ତା ଦେଉଥିବା କଳାକାର ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । କଳାକାରମାନଙ୍କ ଘରେ ଚୁଲି ଜଳୁନି l ସ୍ୱାଭିମାନ କଳାକାରମାନଙ୍କ କଳା ପରିବେଷଣ ଓ ସାଧନା ବ୍ୟତୀତ ଅନ୍ୟ ରୋଜଗାର ପନ୍ଥା ନାହିଁ ।
ଏଭଳି ପରିସ୍ଥିତି କନ୍ଧମାଳ କଳାବିକାଶ କେନ୍ଦ୍ର କଳାକାର ଙ୍କୁ ସହାୟତ ।ର ହାତ ବଢାଇଛି । ଶୁକ୍ରବାର ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ତଥା ଯୁବ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଆୟୋଜିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ସମ୍ମାନିତ ଅତିଥି ଭାବେ ତହସିଲଦା ର ଶଶାଙ୍କ ଶେଖର ପାତ୍ର ଓ ବରିଷ୍ଠ ମଞ୍ଚ କଳାକାର ଡକ୍ଟର ବିଚିତ୍ରl ନନ୍ଦ ଆଚାର୍ଯ୍ୟ ପ୍ର ମୁଖ ଯୋଗଦେଇ କୋରନା ସଂପର୍କରେ ସଚେତନତା ସୃଷ୍ଟି କରିବା ସହ କଳାକାର ମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ l ସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ପାରମ୍ପରିକ ଓ ମଞ୍ଚ କଳାକାର ଙ୍କ ପରିବାରକୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇ ଥିଲା l ରାସନ ମଧ୍ୟରେ ଚାଉଳ ଡାଲି, ତେଲ। ସାବୁନ ବିସକୁଟ,ସାନିଟାଇଜର ଆଦି ଅନେକ ସାମଗ୍ରୀ ରହିଥିଲା।
ଜିଲ୍ଲା ରେ ପ୍ରଥମ ଥର ପାଇଁ କଳାକାରମାନଙ୍କ ପ୍ରତି ସହାୟତାର ହାତ ବଢ଼ାଉଥିବାକନ୍ଧମାଳ କଳାବିକାଶ କେନ୍ଦ୍ର ର ଏହି ଅଭିନବ ପ୍ରୟାସ କୁବାଲିଗୁଡ଼ାବିଧାୟଚକ୍ରମଣିକହଁର,ତହସିଲଦାର ଶାସାଙ୍କ ଶେଖର ପାତ୍ର ଉଚ୍ଚ ପ୍ରଶଂସା କରିଥିଲେ l
ଆଗାମୀ ଦିନରେ ବାଲିଗୁଡ଼ା ସହର ସମେତ କ ନୂଆଗାଁ ତୁମୁଡ଼ିବନ୍ଧ, କୋଟଗଡ଼ ,ଦାରିଙ୍ଗବାଡି ଆଦି ବ୍ଲକ ଅଞ୍ଚଳ ରେ ଥିବା ଛୋଟ ବଡ଼ ସମସ୍ତକଳାକାର ମାନଙ୍କୁ ସହାୟତ ।ପ୍ରଦାନ କରାଯିବ ବୋଲି ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା ପ୍ରକାଶ କରିଛନ୍ତି l ସେହି ପରି ଏହି ଅନୁଷ୍ଠାନ ର ଅନୁରୋଧକୁ ରକ୍ଷାକରି ଆର୍ଥିକ ସହାୟତା ପ୍ରଦାନ କରିଥିବା ସମସ୍ତ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଙ୍କୁ କନ୍ଧମାଳ କଳାବିକାଶ କେନ୍ଦ୍ର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ଓ ଆଗାମୀ ଦିନରେ ମଧ୍ୟ ସମସ୍ତଙ୍କ ଆନ୍ତରୀକ ସହଯୋଗ କାମନା କରାଯାଇଥିଲା।

related posts

Leave a Comment