Home Breaking News ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର କୋରାପୁଟରେ ବିକ୍ଷୋଭ

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର କୋରାପୁଟରେ ବିକ୍ଷୋଭ

by Times One Odia
Share with
     
 
 
   

କୋରାପୁଟ(ଅଭିନାଶ ସିଂହ): ତୈଳଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ସହରରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ରେ କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦୀପ ,କଂଗ୍ରେସ ନେତା ରୂପକ ତୁରୁକ , ଭଗବାନ ବାହିନୀପତି , ସାଂସଦ ଙ୍କ ପ୍ରତିନିଧି ବାବୁଲା ଵେନିଆ ,ବ୍ଲକ ସଭାପତି ରମେଶ ବାଖ୍ୟା ,ନଗର ସଭାପତି ଜୟନ୍ତ କଚିନ, ଯୁବ ନେତା ରମେଶ ଖରା ପ୍ରମୁଖ ୪ ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଜନସାଧରଣଙ୍କ ହିତଦୃଷ୍ଟିରୁ ରାଜ୍ୟ ତଥା କେନ୍ଦ୍ର ସରକାର ତୁରନ୍ତ ତୈଳଦର ହ୍ରାସ କରିବାକୁ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ଦାବି କରିଛନ୍ତି । ଯଦି ତୈଳଦର ହ୍ରାସ ନ ହୁଏ ତେବେ ଆଗମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜୋରଦାର କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ସୂଚନା ଯୋଗ୍ୟ ଆଜି ତୈଳ ଦର ବୃଦ୍ଧି ପାଇ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୪ ପଇସା ଓ ଡିଜେଲ ଲିଟର ପିଛା ୯୮ ଟଙ୍କା ୮୪ ପଇସା ରହିଛି।

related posts

Leave a Comment