Home Breaking News / ତାଜା ଖବର କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ କଲାବେଚ ପିନ୍ଧି ବିକ୍ଷୋଭ

କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ କଲାବେଚ ପିନ୍ଧି ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ଉପଖଣ୍ଡର ବିଭିନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନେ ଆଜି ଉପଖଣ୍ଡର ଡାକ୍ତର ଖାନା ସମ୍ମୁଖରେ କଲାବେଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡ଼ିଶା ଫାର୍ମାସିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ସେମାନଙ୍କର ଦୀର୍ଘଦିନ ର ଦାବୀକୁ ପୁରଣ କରୁନଥିବାବେଳେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବାଦ୍ୱାରା ଫାର୍ମାସିଷ୍ଟ ମାନେ ଆର୍ଥିକ ତଥା ମାନସିକ ଚାପର ବଶବର୍ତ୍ତୀ ହୋଇ ଥିବା ଅଭିଯୋଗ କରିଛନ୍ତି।ସେମାନଙ୍କର ଦାବୀ ମଧ୍ୟରେ କ୍ୟାଡର ପୁନର୍ଗଠନ ପଦୋନ୍ନତି ସହ ଏମଏଚୟୁ ଆରବିଏସକେ ଫାର୍ମାସିଷ୍ଟ ମାନଙ୍କର ଚାକିରୀ ନିୟମିତ କରିବା ଦାବୀ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଦିନରେ ସେମାନଙ୍କର ଦାବୀ ପୁରଣ ନ ହେଲେ ଭୟାବହ ଆନ୍ଦୋଳ କରାଯିବ ବୋଲି ସଙ୍ଘର ନେତା କହିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ ପାଟଣାଗଡ଼ ବେଳପଡା ଖପ୍ରାଖୋଲ ଘସିଏନ ଓ ମୁରିବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଯୋଗଦେଇଥିଲେ।

related posts

Leave a Comment