Share with
ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢ଼ୀ): ବିଦ୍ୟୁତ ଆଘାତରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ଘଟିଛି ଏପରି ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ। ଚିତ୍ତୋର ଜିଲ୍ଲାର ପାଲାମାନର ଜୋନର କୋଥୀଗୁଟା ଗ୍ରାମରେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ପାଖାପାଖି କୋଡିଏ ଟି ହାତୀ ଗ୍ରାମରେ ପହଞ୍ଚି ଜମିରେ ଚରୁଥିବା ଗାଈଗୋରୁଙ୍କ ଉପରେ ଆକ୍ରମଣ କରୁଥିଲେ ତେବେ ଗ୍ରାମବାସୀମାନେ ହାତୀମାନଙ୍କୁ ଘଉଡ଼ାଇବା ପାଇ ଉଦ୍ୟମ କରିଥିଲେ ଏତିକିବେଳେ ହାତୀ ମାନେ ନିକଟରେ ଥିବା ଗୋଟିଏ ବିଦ୍ୟୁତ ପୋଲକୁ ଟାଣିଦେଇଥିଲେ ତେବେ ଦୁର୍ଘଟଣାବସ ଗୋଟିଏ ହାତୀ ଏହି ବିଦ୍ୟୁତ ତାର ମଧ୍ୟରେ ଛନ୍ଦୀହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ତୁରନ୍ତ ଗ୍ରାମବାସୀ ମାନେ ବନବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ଅନ୍ୟ ହାତୀ ମାନଙ୍କୁ ଘଉଡ଼ାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି.