Home Breaking News / ତାଜା ଖବର ସେବାଭାରତୀ ତରଫରୁ ପୁଝାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ସେବାଭାରତୀ ତରଫରୁ ପୁଝାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ସେବା ଭାରତୀ ଶାଖା ତରଫରୁ ସେବା କାର୍ଯ୍ୟ ଜାରୀ ରହିଛି। ରାୟଗଡ ସହର ର ସମସ୍ତ ଛୋଟ ବଡ ମନ୍ଦିର ବନ୍ଦ ଗୁଡିକ କରନା ଯୋଗୁଁ ବନ୍ଦ ହୋଇଯାଇଛି। ଏହି କାରଣରୁ ମନ୍ଦିରର ସେବକ ପୂଜକ ଦୁର୍ଦିନରେ କାଳ କାଟୁଛନ୍ତି। ଏପରିକି ଖାଦ୍ୟ କଷ୍ଟ ର ଶିକାର ହେଉଥିବା ଜାଣି ସେବା ଭାରତୀ ଅନୁକଲ୍ୟାରେ ମହକୁମାର ପ୍ରାୟ ୨୧ ଟି ମନ୍ଦିର ସେବାୟତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। କରନା ମହାମାରୀ ଭୟରେ ସବୁ ମନ୍ଦିର ଓ ଦେବ ସଂସ୍ଥାନ ଗୁଡ଼ିକ ବନ୍ଦ କରିବାକୁ ପ୍ରଶାସନ ତାଗିଦ କରିଥବା ବେଳେ ଭକ୍ତ ମାନେ ବି ଦେବ ଦର୍ଶନକୁ ଆସିବା ବନ୍ଦ କରି ଦେଇଥିବା ଯୋଗୁ ମନ୍ଦିର କମିଟି ଦେବା ସହଯୋଗ ରାଶି ନିଅଣ୍ଟ ହେଉଥୁବା ପରିଲକ୍ଷିତ କରି ଏହି ସହଯୋଗ କରାଯାଇଛି । ଗତ ବର୍ଷ ଠାରୁ ସମସ୍ୟାରେ ବଞ୍ଚି ରହିଥିବା ପୂଜକଙ୍କୁ ସନ୍ତାନା ଦେଲାଭଳି ଶୁଖିଲା ଖାଦ୍ୟ ପକେଟ ତା ମଧ୍ୟରେ ଚାଉଳ ଦଶ କିଲୋ, ଡାଲି ଏକ କିଲୋ, ଚୁଡା ଏକ କିଲୋ, ଚିନି, ତେଲ ଲୁଣ ଆଳୁ ଇତ୍ୟାଦି ଯୋଗୀ ଶ୍ରୀ ଚୈତନ୍ୟ ରାମ ଙ୍କ ମାର୍ଗ ଦର୍ଶନରେ ଦିଆଯାଇଛି। ଏହି ମହତ କାର୍ଯ୍ୟରେ ବିଶ୍ବହିନ୍ଦୁ ପରସଦ ର ଜିଲା ସଭାପତି ରାଜେନ୍ଦ୍ର ସାହୁ, ପଶ୍ଚିମ ଓଡିଶା ସେବା ପ୍ରମୁଖ ଦୀପକ ଭାଇ,ଶ୍ୟାମ ଦାସ,ଜଗଦୀଶ ସୁନାରୀ, ମୁରଲୀ ଭାଇ ଓ ଅନ୍ୟ ସମାଜ ସେବୀ ଯୋଗ ଦେଇଥିଲେ।

related posts

Leave a Comment