Share with
ଧର୍ମଗଡ(ରମେଶ ଚନ୍ଦ୍ର ଗୋପାଳ): ସାରା ଦେଶରେ ଦିନକୁ ଦିନ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଉଥିବାରୁ ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି , ଗୋଟାଏ ପଟେ କାରୋନା ମାଡ଼ ରେ ଲୋକଙ୍କ ଜିବନ ଜୀବିକା ଠପ୍ ହୋଇ ପଡ଼ିଥିବା ବେଳେ ଏପଟେ ତୈଳ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ଏ ପରି ପ୍ରେଖିରେ ଆଜି ପ୍ରଦେଶ କଂଗ୍ରେସ୍ କମିଟି ର ଆହ୍ବାନ କ୍ରମେ ଧର୍ମଗଡ଼ ବ୍ଲକ ଓ ନଗର କଂଗ୍ରେସ୍ କମିଟି ପକ୍ଷରୁ ସହର ରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ,କେନ୍ଦ୍ରସରକାର ଯଥାଶୀଘ୍ର ତୈଳ ଓ ରନ୍ଧନ ଗ୍ୟାସ୍ ଦର ହ୍ରାସ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ର କରାଯିବା ବୋଲି ପ୍ରକାଶ କରିଛନ୍ତି ।