Home Breaking News / ତାଜା ଖବର ବନମାଲ ଗାଁରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

ବନମାଲ ଗାଁରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ବେଳପଡା ଥାନା ଅନ୍ତର୍ଗତ ବନମାଲ ଗାଁର ହାଇସ୍କୁଲ ନିକଟରେ ଥିବା ବରଗଛ ତଳେ ଏକ ଝୁଲନ୍ତା ମୃତ ଦେହରଗଳିତ ଶବ ଉଦ୍ଧାର ହୋଇଥିବାର ଦେଖିବାକୁ ମିଳିଛି। ଗାଁର କିଛି ଲୋକ ଓ ପରିବାରଲୋକେ ଦେଖି ତାକୁ ଦିଲୀପ ସାହୁ ବୋଲି ଚିହ୍ନଟ କରି ପ୍ରଥମେ ପୋଲିସକୁ ଖବର ଦେବା ପରେବେଳପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାର ଜଣାଯାଏ । ପୋଲିସ ସୂତ୍ରରୁପ୍ରକାଶ ଯେ ପରିବାର ପକ୍ଷରୁ ବଡ଼ ଭାଇ ବିଶ୍ଵାମିତ୍ର ସାହୁ ଗତ 6 ତାରିଖରୁ ସାହେବ ଘରୁ ନିଖୋଜ ହୋଇଥିବା ଘଟଣା ବେଳପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ବେଳପଡା ପୋଲିସ ଏକ ଅପମୃତ୍ୟ ମମାଲକରି ଉକ୍ତ ଗଳିତ ଶବକୁବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଘଟଣା ସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

related posts

Leave a Comment