Home Breaking News / ତାଜା ଖବର ତୈଳ ଦରକୁ ନିୟନ୍ତ୍ରଣରେ ଆଣନ୍ତୁ ବୋଲି ପ୍ରତିବାଦ କରିଛନ୍ତି: ରାଜ୍ୟ ସାରା ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ବୃନ୍ଦ

ତୈଳ ଦରକୁ ନିୟନ୍ତ୍ରଣରେ ଆଣନ୍ତୁ ବୋଲି ପ୍ରତିବାଦ କରିଛନ୍ତି: ରାଜ୍ୟ ସାରା ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ବୃନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି॰ ବିନୋଦ କୁମାର): ରାଜ୍ୟ ଜାତୀୟ କଂଗ୍ରେସ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଡାବୁଗାଁ କଂଗ୍ରେସ ବ୍ଲକ ସଭାପତି ଜି. ସାଇ ରାଜୁ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଡାବୁଗାଁ କଂଗ୍ରେସ ତରଫରୁ ଡିଜେଲ ଓ ପେଟ୍ରୋଲ ର ଅତ୍ୟଧିକ ଦରବୃଦ୍ଧି କୁ ନେଇ ଡାବୁଗାଁ ର ଦୁଇଟି ପେଟ୍ରୋଲ ପମ୍ପ ରେ ପ୍ରତିବାଦ ସହ ସ୍ଲୋଗାନ ଦିଆଯାଉଥିବା ଦେଖିବାକୁ ମିଳିଥିଲା l ଜାତୀୟ କଂଗ୍ରେସ ର ଅଭିଯୋଗ ପ୍ରକାରେ ଦେଶରେ ୨୦୧୪ ମସିହାରେ କଂଗ୍ରେସ ଶାସନ ସମୟରେ ପେଟ୍ରୋଲ ଦର ୬୧ ଟଙ୍କା ରହିଥିବା ବେଳେ ବର୍ତମାନ ବିଜେପି ସରକାର ସମୟରେ ଏହା ଅତ୍ୟଧିକ ବୃଦ୍ଧି ପାଇ ୧୦୧॰୨୧ ଟଙ୍କା ହୋଇଛି l ଯାହାକି ସେଞ୍ଚୁରୀ ପାର କରିଥିବା ଅଭିଯୋଗ ଆଣିଛନ୍ତି l ସେହିଭଳି ଡିଜେଲ ଦର ୬୧॰୦୬ ଓ ଗ୍ୟାସ ସିଲିଣ୍ଡର ଦର ୪୧୯ ଟଙ୍କା ରହିଥିଵା ବେଳେ ବର୍ତ୍ତମାନ ଏହା ୯୮॰୦୪ ଟଙ୍କା ଓ ରନ୍ଧନ ଗ୍ୟାସ ଦର ୮୩୭॰୫୨ ଟଙ୍କା ରହିଥିବା କହିଛନ୍ତି l ତୁରନ୍ତ ତୈଳଦର କୁ ନିୟନ୍ତ୍ରଣ ରେ ଆଣନ୍ତୁ ବୋଲି ପ୍ରତିବାଦ କରି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିରୋଧ ରେ ବିଭିନ୍ନ ସ୍ଲୋଗାନ ଦେଇ ସକାଳ ୭ ଘଣ୍ଟା ରୁ ମଧ୍ୟାନ୍ନ ୧୧ ଘଣ୍ଟା ପର୍ଯ୍ୟନ୍ତ ମୁହଁରେ ମାକ୍ସ ପିନ୍ଧି ସାମାଜିକ ଦୂରତା ଅବଲମ୍ବନ କରି ପ୍ରତିବାଦ କରି ଥିଲେ । ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ଙ୍କ ନିର୍ଦ୍ଦେଶ ରେ ଦୁଇଟି ପେଟ୍ରୋଲ ଟାଙ୍କି ନିକଟରେ ବ୍ୟାପକ ପୁଲିସ ମୁତୟନ କରାଇ ଶାନ୍ତି ଶୃଙ୍ଖଳା ରେ ପ୍ରତିବାଦ ଜଣାଇ ଥିଲେ । ପେଟ୍ରୋଲ ଓ ଡିଜେଲ ଦର ଅତ୍ୟଧିକ ବୃଦ୍ଧି ପାଇଥିବାରୁ ଜନ ଜୀବନ ଉପରେ ପ୍ରଭାବ ପଡୁଛି, ଯାହାକି ଦୂର ସ୍ଥାନ କୁ ଯିବା ଆସିବା କରିବାକୁ ଗାଡ଼ିରେ ବହୁ ଅର୍ଥ ଖର୍ଚ୍ଚ କରିବା ସହ ଜିନିଷ ପତ୍ର କିଣିବା ରେ ଅଧିକ ମାତ୍ରାରେ ଚଢା ଦର ରେ କିଣିବାକୁ ବାଧ୍ୟ ହେଉଛନ୍ତି । ତୈଳ ଦର ବୃଦ୍ଧି ଯୋଗୁ ଖାଉଟି ସାମଗ୍ରୀ ପରିବହନ ଖର୍ଚ୍ଚ ଯୋଗୁଁ ଦର ବୃଦ୍ଧି ଗରିବ ଙ୍କୁ ଏକ ପ୍ରକାର ଶୋଷଣ ର ଶିକାର ହେଉଛନ୍ତି । ଲକଡାଉନ୍ ର ସୁବିଧା ନେଇ କେତେକ ଅସାଧୁ ବ୍ୟବସାୟୀ ଗ୍ରାହକ ଙ୍କ ଠାରୁ ସବୁ ଜିନିଷ ରେ ଅଧିକ ଦାମ ନେଇ ଶୋଷଣ କରିବାରେ ଲାଗି ପଡିଥିଲେ ହେଁ ପ୍ରଶାସନ ର ଏଠି ପ୍ରତି ନିଘା ନାହିଁ | ମୋଟରେ ଆର୍ଥିକ ମାନଦଣ୍ଡ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ ହୋଇ ପଡିଛି । ଏଣୁ ତୁରନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ତୈଳ ଦର ନିୟନ୍ତଣ କୁ ଆଣି ଜନସଧାରଣ ଙ୍କ ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରାଇବା ପାଇଁ ଵୁଦ୍ଧିଜୀବୀ ମହଲରେ ଦୃଢ ଦାବୀ ହେଉଛି | ଉକ୍ତ ପ୍ରତିବାଦ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବ୍ଲକ ଉପ-ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା ଓ ବାବି ଜେନା, ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ଟି.ମୁରଲି ରାଓ, କେଶବ ରେଲି, ପୂର୍ବତନ ସରପଞ୍ଚ ପି.ସୁବୁଦ୍ଧି ରାଓ, ଚଚରାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଧର୍ମାନନ୍ଦ ନାୟକ, ବ୍ଲକ ଯୁବ କଂଗ୍ରେସ ସଭାପତି ପ୍ରଦୀପ ଜେନା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।

related posts

Leave a Comment