Share with
ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କେନ୍ଦ୍ର ସରକାରଙ୍କ ବାରମ୍ବାର ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସ ପାଖରୁ ନିଶ୍ଚିନ୍ତକୋଇଲିର ଅସୁରେଶ୍ବର ପେଟ୍ରୋଲ ପମ୍ପ ଠାରେ ଏକ ପ୍ରତୀକ ବିକ୍ଷୋଭ ,ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦ ସଭାରେ ଶ୍ରୀ ଦେବେନ୍ଦ୍ର ସାହୁ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏଭଳି ନିତିକୁ ନିନ୍ଦା କରିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହୃତ କରିବା ପାଇଁ ଦାବି କରିଥିଲେ। ତେବେ ଯଦି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନ ନିଅନ୍ତି ତେବେ ଅଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ ତୀବ୍ର କରବି ବୋଲି ସେ କହିଛନ୍ତି।