Home Breaking News କରୋନା ମହାମାରୀ: ବାଉଁଶ କାରିଗର ହରାଇଲେ ଜୀବିକା

କରୋନା ମହାମାରୀ: ବାଉଁଶ କାରିଗର ହରାଇଲେ ଜୀବିକା

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କରୋନା ମହାମାରୀ ବାଉଁଶ କାରିଗରମାନଙ୍କ ଜୀବିକା ଛଡ଼ାଇ ନେଇଛି । ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇପାରୁନି।କଣ କରିବେ କେମିତି ଚଳିବେ ସେ ଚିନ୍ତାରେ କ।ରି ଗର। ଗତବର୍ଷ କରୋ ନା. ସଂକ୍ରମଣ ର ପ୍ରଥମ ଲ ହରକୁ ବ୍ରେକ୍ ଦେବା ପାଇଁ ଦୀର୍ଘମାସ ଧରିଲକ ଡାଉନ ସଟ ଡାଉନ ଜାରି ରଖିଥିଲେ। ଫଳରେ ବାଉଁଶ କାରିଗରମାନେ କ୍ଷତିଗ୍ରସ୍ତ ହୋଇଥିଲେ । ପରେ କରେ। ନା ସଂକ୍ରମଣ କିଛିଟା ହ୍ରାସ ପାଇବାପରେ ଦୋକାନବଜାର ହାଟ ସ୍ଵାଭାବିକଭାବେ ଖୋଲିଥିଲା। ଫଳରେ ଦୁଃଖ କଷ୍ଟରେ ଥିବା ବାଉଁଶ କାରିଗରମାନେ ପୂର୍ବପରି କାମ ଆରମ୍ଭ କରିଥିଲେ। ଏଥର ବିବାହ, ବ୍ରତ, ପର୍ବପର୍ବାଣୀ ସବୁ ହେବ ଆଉ ସେମାନଙ୍କର ଭଲ ବିକ୍ରି ହେବ ବୋଲି ଆଶା କରି କାମ ଆରମ୍ଭ ବି କରିଥିଲେ । କିଛି କିଛି ବିକ୍ରିବଟା ବି ହେଲା। ପରିବାରରେ ହସଖୁସି ଫେରିଆସିବାବେଳେ ୩ /୪ମାସ ଯାଇଛି କିନାହିଁ ପୁଣି ଗତ ମାସେ ହେଲାଣି ସରକାର ଲକ ଡାଉନ ଘୋଷଣା କରିଛନ୍ତି । ହାଟବଜ।ର ସବୁ ବନ୍ଦ, I ତା ସାଙ୍ଗକୁ ଗାଡି ମଟର ବି ବନ୍ଦ ।
ସେହିପରି ବିବାହ ବ୍ରତ, ଶୁଦ୍ଧ କ୍ରିୟା ଆଦି ସବୁରେ କଟକଣା ଲଗ।ଇଲେ ସରକାର। ଫଳରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କୁଲା, ଚାଙ୍ଗୁଡ଼ି, ଟୋକେଇ, ଝାଡ଼ୁ,ଆଦି ବିକ୍ରି ହୋଇ ପାରିଲାନି । ଫଳରେଚଳିବା ମୁସ୍କିଲ, ହୋଇପଡିଥିବା କହିଛନ୍ତି ବାଉଁଶ କାରିଗର ବିକାଶ ପରିଛ। । ବିକ୍ରିବଟା ନ ହେବ । ରୁ ଉତ୍ପାଦିତ ସାମଗ୍ରୀ ମହଯୁଦ ବି ରହିଛି । ଛୋଟ ଘର ସମସ୍ତଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଯାଗା ନ ଥିବାବେଳେ ଉତ୍ପାଦିତ ସାମଗ୍ରୀ ମାନ ରଖିବେ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ।
ଏଣୁ ସେମାନେ ଆଉ ପରିଶ୍ରମ କରି ବାଉଁଶ ସାମଗ୍ରୀ ତିଆରିକରୁ ନ ଥିବା କହିଛନ୍ତି । ଏପଟେ ଗାଡି ମଟର ବନ୍ଦ ଯୋଗୁ ଆବଶ୍ୟକ କଞ୍ଚାମାଲ ମଧ୍ୟ ଆଣି ପାରୁନଥିବା କହିଛନ୍ତି ।ଦେଖୁ ଦେଖୁ ମାସେ ଉପରେ ହୋଇଗଲାଣି
ଲକ ଡ଼ାଉନ ଚାଲିଛି ଆଉ କେତେଦିନ ଏପରି ଚାଲିବ ଜାଣି ହେଉନି। ଯାହା ଦି ପଇସା ଥିଲା କେବଠୁସରିଗଲାଣି। ମାଗି ଯାଚିକିଏ କେମିତି ଚଳୁଛନ୍ତି ଆଉ କିଏ ମଜୁରୀ ଖଟି ବା ପାଇଁ ଯାଉଛନ୍ତି । ସରକାରି ସହାୟତା କିଛି ମିଳିନି ।
ଆଗରୁ ଯେପରି ଟଙ୍କିକିଆ ଚାଉଳ ମିକୁଥିଲା ସେ ଭଳି ମିଳୁଛି । ସେତେକ ପାଇଁ ଅନ୍ତତଃ ପରୀବାରର ଜୀବନ ବଞ୍ଚିଯାଇଛି ବୋଲି
6କ୍ଷ। ଭର ସହ କହିଛନ୍ତି ବାଉଁଶ କାରି ଗରବିକାଶ ପରିଛା ଓ ସ୍ତ୍ରୀ ଅପସରୀ ପରିଛା।
ତେବେ ଭଲ ମନ୍ଦ ଓ ଔଷଧ ଖର୍ଚ ପାଇଁ କଷ୍ଟ ହେଉ ଥିବା କଥା କହିଛନ୍ତି ସେମାନେ।
ସରକାର ତାଙ୍କ ଦୁଃଖ ଦୁର୍ଦ୍ଦଶା ପ୍ରତି ଦୃଷ୍ଟିଦେଇ ଆର୍ଥୀକ ସହାୟତା ଯୋଗାଇଦେବାକୁ କନ୍ଧମାଳ ଜିଲ୍ଲା ର ବା ଉଁଶ କରି ଗର ମାନେ ଦାବୀ କରିଛନ୍ତି ।

related posts

Leave a Comment