Home Breaking News ଜମିବାଡି ବିବାଦକୁ ନେଇ ୮୦ ବର୍ଷର ବୃଦ୍ଧାକୁ ମରଣାନ୍ତକ ଆକ୍ରମଣ ନାଉଗାଁ ଥାନାରେ ଅଭିଯୋଗ

ଜମିବାଡି ବିବାଦକୁ ନେଇ ୮୦ ବର୍ଷର ବୃଦ୍ଧାକୁ ମରଣାନ୍ତକ ଆକ୍ରମଣ ନାଉଗାଁ ଥାନାରେ ଅଭିଯୋଗ

by Times One Odia
Share with
     
 
 
   

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କେରୁଅ ପଞ୍ଚାୟତର ଗାରେଇ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଘରଭିତରେ ପଶି ଜଣେ ୮୦ ବଷିର୍ୟା ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସୁଚନା ମିଳିଛି । ଖବର ନେବାରୁ ଜଣାଯାଏ ଗାରେଇ ଗ୍ରାମର ରଘୁନାଥ ବିଶ୍ବାଳଙ୍କ ସହିତ ତାଙ୍କ ପଡିଶା ପୁରସ୍ତମ ବିଶ୍ବାଳ ଙ୍କର ଦିର୍ଘ ଦିନ ହେବ ଜମିବାଡ଼ି ବିବାଦ ଲାଗିରହିଥିଲା ।ଗତ କିଛିଦିନ ତଳେ ପୁରସ୍ତମ ର ପୁଅ ପଞ୍ଚାନନ ବିଶ୍ବାଳ ରଘୁନାଥ ବିଶ୍ବାଳଙ୍କ ଯାଗାକୁ ମଡାଇଁ ବାଡ ବୁଜୁଥିବା ସମୟରେ ରଘୁନାଥ ତାକୁ ବିରେଧ କରିଥିଲା । ଏହାର କିଛି ସମୟ ପରେ ରଘୁନାଥ ଘରେ ବସି ଖାଉଥିବା ସମୟରେ ପୁରସ୍ତମ ଏବଂ ତାର ପୁଅ ପଞ୍ଚାନନ ରଘୁନାଥଙ୍କୁ ସେଦାସେଦି କରିବା ସହିତ ଘରେ ପସି ଆସବା ପତ୍ର ଭଙ୍ଗାରୁଜା କରୀ ରଘୁନାଥକୁ ଖାଇବା ପାଖରୁ ଘୋଷାରି ଆଣୀ ତାକୁ ଜୀବନରେ ମାରିଦେବାର ଉଦେଶ୍ୟ ରଖି ଏକ କଟୁରୀରେ ମୁଣ୍ଡକୁ ଏକ ଶକ୍ତ ଚେଟ ପକାଇ ଥିଲେ ।ରଘୁନାଥ ଚିତିକ୍ତାର କରିବାରୁ ସେମାନେ ଛାଡି ଫେରାର ହୋଇଯାଇଥିଲେ । ଏହି ଘଟଣା ରଘୁନାଥର ଝିଅ ଜ୍ବାଇଁ ଖବର ପାଇଁ ତୁରନ୍ତ ଗାରେଇ ରେ ପହଞ୍ଚି ରଘୁନାଥ ଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନାଉଗାଁ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଏବଂପରେ କଟକ ବଡ ମେଡିକାଲରେ ଭର୍ତ୍ତି କରି ପୁଅ ଅଲେଖ ବିଶ୍ବାଳଙ୍କୁ ଖବର ଦେଇଥିଲେ ।ପୁଅ ବାହାରେ ରହୁଥିବାରୁ ଖବର ପାଇଁ ସଙ୍ଗେ ସଙ୍ଗେ ଆସି ନାଉଗାଁ ଥାନାରେ ଅଭିଯୋଗ କରିଥିଲେ । ପୁଲିସି ଅଭିଯୋଗ ପାଇଲା ପରେ ଏକ ମାମଲା ରୁଜୁ କରି ନିରବରେ ବସିଛି । ଅନ୍ୟପକ୍ଷରେ ଆସାମୀ ମାନେ ନିଭୟରେ ବୁଲିବା ସହିତ ରଘୁନାଥ ପରିବାରକୁ ଜିବନରେ ମାରିଦେବାକୁଧମକ ଦେଉଥିବା ବେଳେ ନାଉଗାଁ ପୁଲିସି ରାଜନିତିୟ ଚାପରେ ବଷବତ୍ରି ହେଇ କେଷେକୁ ରଫାଦଫା କରିବାକୁ ଚକ୍ରାନ୍ତ କରୁଥିବା ରଘୁନାଥ ଙ୍କର ପୁଅ ଅଲେଖ ବିଶ୍ବାଳ ଅଭିଯୋଗ କରିଛନ୍ତି ।

related posts

Leave a Comment