Home Breaking News / ତାଜା ଖବର ନରସିଂହପୁରରୁ ୩୦ ବଡ଼ମ୍ବାରୁ ୧୩ କୋଭିଡ ପଜିଟିଭ ଚିହ୍ନଟ

ନରସିଂହପୁରରୁ ୩୦ ବଡ଼ମ୍ବାରୁ ୧୩ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର:(ବିନୋଦ ନନ୍ଦ): ନରସିଂହପୁର ଘୋରାଡ଼ିଆରୁ ୧୦ ଜଣଙ୍କ ପଜିଟିଭ ରିପୋର୍ଟ ହସ୍ତଗତ ହୋଇଥିବା ବେଳେ କେନ୍ଦୁପଲ୍ଲୀ ରୁ ୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କୁଞ୍ଜବନପୁର – ମହିଗଡ଼ରୁ ୩ ଜଣ , ଓସ୍ତନରାୟଣପୁର , ରାଉତଭୁଇଁ, ଠେଙ୍ଗାପଲ୍ଲୀ , ଗଣଗଣା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବା କୋଟପଲ୍ଲା ରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସିନ୍ଦୁରିଆ ନୂଆପଡାରୁ ୪ଜଣ antigen test ରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ରତାପାଟରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ମୁଳିଆବାଙ୍କ, ଗୋପୀନାଥପୁର, ବଡମ୍ବାଗଡ଼, ଶଶାଙ୍ଗରୁ ବାକି ଚିହ୍ନଟ ହୋଇଛନ୍ତି।

ନାରାୟଣପ୍ରସାଦ ଗାଁ କର୍ମକର୍ତ୍ତା , ଗୋପପୁର ଗ୍ରାମପଞ୍ଚାୟତର ଅନ୍ୟାନ୍ୟ ଆଗୁଆସାଥୀ, ପ୍ରତିନିଧିଙ୍କ ସଂଗେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଆଲୋଚନା କରି କେତେକ ଶଙ୍କା ଦୂର କରିବା ସଙ୍ଗେ ସଙ୍ଗେ ନିଜ ସ୍ୱାସ୍ଥ୍ୟ ପାଇଁ ସଚେତନ ହେବାକୁ ଅନୁରୋଧ କରିଛନ୍ତି |

ବିଡିଓ ତହସିଲଦାରଙ୍କୁ ନାରାୟଣପ୍ରସାଦ କଣ୍ଟେନମେଣ୍ଟ ରେ ଥିବା ଗ୍ରାମବାସୀଙ୍କୁ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହୁଏ ତାର ପଦକ୍ଷେପ ନେବାକୁ କହିଛନ୍ତି ବିଧାୟକ ଶ୍ରୀ ମିଶ୍ର |

related posts

Leave a Comment